Only for Entertainment

ଶିଲ୍ପା ସେଟ୍ଟୀଙ୍କ ଫଟୋ ଉଠାଇବାକୁ ନେଇ ଜେଲ ଗଲେ ରେସ୍ତୋରାଁ ବାଉନସର ଏବଂ ଫଟୋଗ୍ରାଫର,ଜାଣନ୍ତୁ କ’ଣ ରହିଛି ବିବାଦ ।

bestmediainfo.com
0 31

ବଲିଉଡ ଆକ୍ଟରଙ୍କ ଫଟୋ ଉଠାଇବାକୁ କିଏ ବା ଭଲ ନ ପାଏ । କେବଳ ଫଟୋଗ୍ରାଫର ନୁହଁନ୍ତି ବରଂ ସାଧରଣ ଲୋକ ମଧ୍ୟ ସେମାନଙ୍କୁ ଦେଖିବା ମାତ୍ରେ ଫଟୋ ଉଠାଇବାକୁ ଅନୁରୋଧ କରନ୍ତି । ତେବେ ନିକଟରେ ସେହିଭଳି ଏକ ଘଟଣା ଦେଖାଯାଇଛି ଜଣେ ଫଟୋଗ୍ରାଫରଙ୍କ ନିକଟରେ ।

ବାନ୍ଦ୍ରାସ୍ଥିତ ବସ୍ତିଆନ୍‌ ରେସ୍ତୋରାଁରେ ଶୁକ୍ରବାର ରାତିରେ ଏକ ନିନ୍ଦନୀୟ ଘଟଣା ଘଟିଯାଇଛି। ଘଟଣାଟି ହେଉଛି ଏହି ରେସ୍ତୋରାଁରେ ରାତ୍ରୀଭୋଜନ କରିବାକୁ ପତି ରାଜ କୁନ୍ଦ୍ରାଙ୍କ ସହ ପହଞ୍ଚିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସେହି ସମୟରେ ଶିଳ୍ପାଙ୍କ ଫଟୋ ଉଠାଇବା ପାଇଁ ରେସ୍ତୋରାଁରେ ପହଞ୍ଚିଥିଲେ ଏକ ଗଣମାଧ୍ୟମ ସଂସ୍ଥାର ଜଣେ ଫଟୋଗ୍ରାଫର୍‌। ସବୁ ସେଲିବ୍ରେଟିଙ୍କୁ କହିବା ଢଙ୍ଗରେ ଫଟୋଗ୍ରାଫର୍‌ ଶିଳ୍ପାଙ୍କୁ ଏକ ଫଟୋ ପାଇଁ ଅନୁରୋଧ କରିଥିଲେ। ଅଭିନେତ୍ରୀ ଶିଳ୍ପା ବି ଫଟୋଗ୍ରାଫର୍‌ଙ୍କୁ ସମ୍ମାନ ଦେଇ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ଫଟୋ ପୋଜ୍‌ ଦେବାରେ ଲାଗିଥିଲେ।

ମାତ୍ର ଏହି କଥାରେ ରାଗି ଯାଇଥିଲେ ରେସ୍ତୋରାଁର ବାଉନସର୍‌। ବାଉନ୍‌ସର୍‌ ଯାଇ ଫଟୋଗ୍ରାଫର୍‌ଙ୍କୁ ଆକ୍ରମଣ କରିବାରେ ଲାଗିଥିଲେ। ପରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ବଢ଼ିବାରେ ଲାଗିଥିଲା। ଝଗଡ଼ା ଅଧିକ ବଢ଼ିଯିବାରୁ ଏହି ଦୁଇ ଜଣଙ୍କୁ ଶେଷରେ ପୁଲିସ୍‌ ଆସି ବାନ୍ଧି ନେଇଥିଲା। ଏହି ଘଟଣାଟି ଶିଳ୍ପା ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ବାହାରୁଥିବା ବେଳେ ରେସ୍ତୋରାଁ ବାହାରେ ଘଟିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗଣ୍ଡଗୋଳ ସଂପର୍କରେ ଅଭିନେତ୍ରୀ ଶିଳ୍ପା ଓ ତାଙ୍କ ସ୍ୱାମୀଙ୍କୁ କୌଣସି ବି ଖବର ନଥିଲା। ସେ ପଳାଇ ଆସିବା ପରେ ହିଁ ଏପରି ଘଟିଥିବା ଜାଣିବାକୁ ମିଳିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More