Only for Entertainment

‘ବାହୁବଳୀ-୨’କୁ ପଛରେ ପକାଇଲା ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ !

Scroll
23

ଚଳଚ୍ଚିତ୍ର ରିଲିଜ୍‌ ହେବାର ଚତୁର୍ଥ ସପ୍ତାହରେ ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଇତିହାସ ରଚିବା ପଥରେ ଆଗେଇ ଚାଲିଛି। ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ବୋବାଲ୍‌ ମଚାଇଥିବା ବେଳେ ପୂର୍ବରୁ ସମସ୍ତ ଭାରତୀୟ ସିନେମାକୁ ବ୍ୟବସାୟିକ ଦୃଷ୍ଟିରେ ପଛରେ ପକାଇଥିବା ‘ବାହୁବଳୀ-୨’ର ବି ଏହା ରେକର୍ଡ ଭଙ୍ଗ କରି ପଛରେ ପକାଇବାକୁ ବିଳମ୍ବ କରିନାହିଁ। ରିଲିଜ୍‌ ହେବାର ଚତୁର୍ଥ ଶକ୍ରବାରରେ ଚଳଚ୍ଚିତ୍ରଟି ବ୍ୟବସାୟ ଦିଗରେ ସମସ୍ତ ହିନ୍ଦି ସିନେମାକୁ ପଛରେ ପକାଇଥିଲା। ଚତୁର୍ଥ ରବିବାର ବ୍ୟବସାୟରେ ‘ଉରି: ଦ ସର୍ଜିକାଲ୍‌ ଷ୍ଟାଇକ୍‌’ ଚଳଚ୍ଚିତ୍ରଟି ‘ବାହୁବଳୀ: ଦ କନ୍‌କ୍ଲୁଜନ୍‌’ର ବ୍ୟବସାୟିକ ରେକର୍ଡ ଭଙ୍ଗ କରି ଦେଇଥିବା ସୂଚନା ରହିଛି।


ନିକଟରେ ରିଲିଜ୍‌ ହୋଇଥିବା ‘ଏକ୍‌ ଲଡକି କୋ ଦେଖା ତୋ ଏସେ ଲଗା’ଓ ‘ମଣିକର୍ଣ୍ଣିକା’ ଚଳଚ୍ଚିତ୍ରଠାରୁ ଯଥେଷ୍ଟ ଆଗରେ ରହିଛି ‘ଉରି: ଦ ସର୍ଜିକାଲ୍‌ ଷ୍ଟାଇକ୍‌’। ଏହି ଚଳଚ୍ଚିତ୍ର ସଂପର୍କରେ ଟୁଇଟ୍‌ କରି ବିଶେଷଜ୍ଞ ତରନ ଆଦର୍ଶ ଲେଖିଛନ୍ତି, ‘ ‘ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ନିର୍ମାତାଙ୍କର ପ୍ରଥମ ପସନ୍ଦ ବନିଛି। ଏହା ସବୁ ଚଳଚ୍ଚିତ୍ରକୁ କଡ଼ା ଟକ୍କର ଦେବ। ଚଳଚ୍ଚିତ୍ରଟି ନୂଆ ଢଙ୍ଗର ହୋଇଥିବା ବେଳେ ଶୀର୍ଷକଟି ସମସ୍ତଙ୍କୁ ଧରି ରଖିବା ଭଳି। (ଚତୁର୍ଥ ସପ୍ତାହ) ଶୁକ୍ରବାର ୩.୪୦ କୋଟି, ଶନିବାର ୬.୩୫କୋଟି, ସମୁଦାୟ ୧୮୦.୮୨ କୋଟି# ଉରି ଦ ଜୋଶ।’

ଆକଳନରୁ ଜଣାପଡ଼ିଛି ଯେ ବକ୍ସ ଅଫିସ୍‌ରେ ‘ଉରି: ଦ ସର୍ଜିକାଲ୍‌ ଷ୍ଟାଇକ୍‌’ ଚଳଚ୍ଚିତ୍ରଟି ଖୁବ୍‌ ସହଜରେ ୨୦୦ କୋଟି ବ୍ୟବସାୟ କରିବାରେ ସମର୍ଥ ହେବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More