Only for Entertainment

ଦମଦାର ରହିଲା ଫିଲ୍ମ ‘ଡ୍ରିମ ଗର୍ଲ’ର ପ୍ରଥମ ୱିକେଣ୍ଡ, ତୃତୀୟ ଦିନରେ ଆୟ କଲା ଏତିକି କୋଟି ଟଙ୍କା !

DNA India
24

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଡ୍ରିମ ଗର୍ଲ’ ର ବକ୍ସ ଅଫିସ କଲେକ୍ସନ ଦିନକୁ ଦିନ ବଢିବାରେ ଲାଗିଛି । ଏପରି ଲାଗୁଛି ଯେ, ଦର୍ଶକଙ୍କ ସହିତ ବକ୍ସ ଅଫିସରେ ମଧ୍ୟ ‘ଡ୍ରିମ ଗର୍ଲ’ ପୂଜାର ଜାଦୁ ଛାଇ ରହିଛି । କାରଣ ଫିଲ୍ମ ‘ଡ୍ରିମ ଗର୍ଲ’ ତୃତୀୟ ଦିନରେ ଜବରଦସ୍ତ ବ୍ୟବସାୟ କରିଛି ।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି କହିଛନ୍ତି, ଫିଲ୍ମ ପ୍ରଥମ ଦିନରେ ୧୦.୦୫ କୋଟି, ଦ୍ୱିତୀୟ ଦିନରେ ୧୬.୪୨ କୋଟି ଏବଂ ତୃତୀୟ ଦିନରେ ୧୮.୧୦ କୋଟି ଆୟ କରି ମୋଟ ୪୪.୫୭ର କଲେକ୍ସନ କରିଛି ।

ଫିଲ୍ମ ‘ଡ୍ରିମ ଗର୍ଲ’ ଜରିଆରେ ଆୟୁଷ୍ମାନ ଏପର୍ଯ୍ୟନ୍ତ ସବୁଠାରୁ ବଡ ଓପନିଂ ପାଇଥିବା ବେଳେ ତୃତୀୟ ଦିନର କଲେକ୍ସନ ମିଶାଇ ଫିଲ୍ମ ସବୁଠାରୁ ବଡ ୱିକେଣ୍ଡ ଓପନିଂର ରେକର୍ଡ କରିଛି । କାରଣ ଏହା ପୂର୍ବରୁ ତାଙ୍କର କୌଣସି ଫିଲ୍ମ ୱିକଣ୍ଡେରେ ଏହାଠାରୁ ଅଧକ କଲେକ୍ସନ କରିବାରେ ସଫଳ ହୋଇନଥିଲା ।

କହିରଖୁଛୁ ଯେ, ‘ଡ୍ରିମ ଗର୍ଲ’ରେ ଆୟୁଷ୍ମାନ ଖୁରାନାଙ୍କ ଅପୋଜିଟରେ ନୁସରତ ଭରୁଚା ନଜର ଆସିଛନ୍ତି । ଏହାର ନିର୍ଦ୍ଦେଶନା ଦେଇଚନ୍ତି ରାଜ ସାଣ୍ଡିଲ୍ୟ । ଏକତା କପୁର ଏହାର ପ୍ରଯୋଜନା ଦାୟିତ୍ୱ ତୁଲାଇଥିବା ବେଳେ ଜି ମ୍ୟୁଜିକ ବ୍ୟାନରରେ ଏହାକୁ ରିଲିଜ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More