Only for Entertainment

ବକ୍ସ ଅଫିସରେ ‘ବାଗି-୨’ର କମାଲ, ୨୦୦ କୋଟି କ୍ଲବରେ ହେଲା ସାମିଲ

zee news
0 31

ଟାଇଗର ଶ୍ରଫ ଏବେ ନି୍ଜର ଆଗାମୀ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ନିକଟରେ ରିଲଜ ହୋଇଥିବା ତାଙ୍କ ଫିଲ୍ମ ‘ବାଗି-୨’ ୧୦୦ କୋଟିର ଧମାକାଦାର ବିଜନେସ କରିବା ପରେ ଫିଲ୍ମ ଏବେ ୨୦୦ କୋଟି ସାମିଲ ହୋଇଛି । ୩୦ ମାର୍ଚ୍ଚରେ ରିଲିଜ ହୋଇଥିବା ବେଳେ କେବଳ ୨ ସପ୍ତାହ ମଧ୍ୟରେ ଏହା ୨୦୦ କୋଟି କ୍ଲବରେ ସାମିଲ ହୋଇସାରିଛି । ଏହା ସହିତ ଚଳିତ ବର୍ଷ ରିଲଜି ହୋଇଥିବା ଫିଲ୍ମ ମଧ୍ୟରେ ‘ପଦ୍ମାବତ’ ପରେ ଏହା ଦ୍ୱିତୀୟ ବଡ ଫିଲ୍ମରେ ହୋଇପାରିଛି । ଏହି ଫିଲ୍ମରେ ଟାଇଗରଙ୍କ ଜବରଦସ୍ତ ଆକ୍ସନ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି ।

ପ୍ରଥମ ଥର ପାଇଁ ଏକାଠି ନଜର ଆସିଥିବା ଟାଇଗର ଏବଂ ଦିଶାଙ୍କ ଯୋଡି ବକ୍ସ ଅଫିସରେ କମାଲ କରିଛି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ କରି ଫିଲ୍ମର ବିଜନେସ ବିଷୟରେ ସୂଚନା ଦେଇଛନ୍ତି ।


ସୂଚନା ଅନୁସାରେ ଫିଲ୍ମ ପ୍ରଥମ ଦିନରେ ୨୫ କୋଟିର ବିଜନେସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଫିଲ୍ମରେ ଟାଇଗର ରୋନି ଚରିତ୍ରରେ ଅଭିନୟ କରିଥିବା ବେଳେ ଦିଶା ତାଙ୍କ ଗର୍ଲଫେଣ୍ଡ ଚରିତ୍ରରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More