Only for Entertainment

ଫନ୍ନେ ଖାଁ, ମୁଲ୍କ ନା କାରୱାଁ : ବକ୍ସ ଅଫିସ କଲେକ୍ସନ ମାମଲାରେ କିଏ ରହିବ ଆଗରେ ?

Bollywood Movie Reviews
0 52

ଅଗଷ୍ଟ ମାସର ପ୍ରଥମ ଶୁକ୍ରବାରରେ ବକ୍ସ ଅଫିସରେ ଏକା ସହିତ ୩ଟି ବଡ ଫିଲ୍ମ ରିଲିଜ ହୋଇଛି । ସେଗୁଡିକ ମଧ୍ୟରୁ ଅନିଲ କପୁର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ରାଜକୁମାର ରାଓଙ୍କ ଫିଲ୍ମ ‘ଫନ୍ନେ ଖାଁ’, ଋଷି କପୁର ଏବଂ ତାପସୀ ପନ୍ନୁଙ୍କ ଫିଲ୍ମ ‘ମୁଲ୍କ’ ଏବଂ ଇରଫାନ ଖାନ ଏବଂ ଦୁଲକର ସଲମାନଙ୍କ ଫିଲ୍ମ ‘କାରୱାଁ’ ସାମିଲ ରହିଛି ।

ଅଧିକାଂଶ ଫିଲ୍ମ ସମୀକ୍ଷକ ୩ଟି ଫିଲ୍ମକୁ ଭଲ ସମୀକ୍ଷା ଦେଇଛନ୍ତି । କିନ୍ତୁ ରେଟିଂ ମାମଲାରେ ଫନ୍ନେ ଖାଁକୁ କମ ରୋଟିଂ ଦେଇଛନ୍ତି । ଗୋଟିଏ ସପ୍ତାହରେ ବଡ ବଡ ତାରକାଙ୍କ ୩ଟି ଫିଲ୍ମ ରିଲିଜ ହେବା ଫଳରେ ବକ୍ସ ଅଫିସରେ ୩ଟି ଫିଲ୍ମ ମଧ୍ୟରେ ଟକ୍କର ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି ଏହି ୩ଟି ଫିଲ୍ମ ମଧ୍ୟରୁ କେଉଁ ଫିଲ୍ମ ବକ୍ସ ଅଫିସରେ ବାଜିମାରିନେବ ?

ଫନ୍ନେ ଖାଁ ଏବଂ ମୁଲ୍କର ପ୍ରମୋଶନ ଭଲ ରହିଥିବା ବେଳେ କାରୱାଁର ପ୍ରମୋଶନ ଦୁର୍ବଳ ରହିଥିଲା । ଏହାର ଦୁଇଟି କାରଣ ରହିଛି ପ୍ରଥମଟି ଦେଉଛି ଏହି ଫିଲ୍ମର ଷ୍ଟାର କାଷ୍ଟ ହିନ୍ଦୀ ଦର୍ଶକଙ୍କ ସହିତ ଏତେ ପରିଚିତ ନୁହଁନ୍ତି । ଦୁଲକର ସାଲମାନଙ୍କୁ ଖୁବ କମ ଲୋକ ଜାଣିଛନ୍ତି । ଏବଂ ଦ୍ୱିତୀୟଟି ହେଉଛି ଇରଫାନ ଖାନ ଅସୁସ୍ଥ ହୋଇ ଦେଶ ବାହାରେ ଅଛନ୍ତି । ତେବେ ଫିଲ୍ମକୁ ଇରଫାନ ଖାନ ଅସୁସ୍ଥ ହେବାର ଫାଇଦା ମିଳିପାରେ । ତେବେ ଆସନ୍ତୁ ଜାଣିବା ବକ୍ସ ଅଫିସର ପ୍ରଥମ ଦିନରେ କେଉଁ ଫିଲ୍ମ ଦର୍ଶକଙ୍କୁ ଅଧିକ ମାତ୍ରାରେ ଥିଏଟରକୁ ଆକର୍ଷଣ କରିବାରେ ସମର୍ଥ ହେବ ।

ବକ୍ସ ଅଫିସ କଲେକ୍ସନ ବିଷୟରେ କହିବାକୁ ଗଲେ ‘ଫନ୍ନେ ଖାଁ’ ଏହି ୩ଟି ଫିଲ୍ମ ମଧ୍ୟରୁ ଆଗରେ ରହିପାରେ । ଏକ୍ସପର୍ଟଙ୍କ କହିବା ଅନୁସାରେ ଅନିଲ କପୁର, ଐଶ୍ୱର୍ଯ୍ୟା ଏବଂ ରାଜ କୁମାରଙ୍କ ଏହି ଫିଲ୍ମ ପ୍ରଥମ ଦିନ ୩ କୋଟିର ଅଧିକ ଆୟ କରିବାରେ ସମର୍ଥ ହେବ । ପାଖାପାଖି ୩୦ କୋଟିର ବଜେଟରେ ନିର୍ମିତ ଏହି ଫିଲ୍ମ ୧୦୦୦ ସ୍କ୍ରିନରେ ରିଲିଜ କରାଯାଇଛି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅତୁଲ ମାଞ୍ଜରେକର ।

ସେହିପରି ଶୁକ୍ରବାର ରିଲିଜ ହୋଇଥିବା ଋଷି କପୁର ଏବଂ ତାପସୀ ପନ୍ନୁ ଏବଂ ଆଶୁତୋଷ ରାଣାଙ୍କ ଫିଲ୍ମ ‘ମୁଲ୍କ’ ସମ୍ବୋଧନଶୀଳ ବିାଷୟକୁ ନେଇ ନିର୍ମିତ । ସମୀକ୍ଷକଙ୍କ କହିବା ଅନୁସାରେ ପ୍ରଥମ ଦିନରେ ଫିଲ୍ମ ୨ କୋଟି ପାଖାପାଖି ଆୟ କରିବାରେ ସଫଳ ହେବ ।

ଅନ୍ୟପକ୍ଷରେ ଇରଫାନ ଖାନଙ୍କ ଫିଲ୍ମ ‘କାରୱାଁ’ ପ୍ରଥମ ଦିନରେ ୨ କୋଟି ଆୟ କରିପାରିବ ବୋଲି ଏକ୍ସପର୍ଟମାନେ ମତ ଦେଇଛନ୍ତି । ୨୦ କୋଟିରେ ନିର୍ମିତ ଏହି ଫିଲ୍ମ ୧୦୦୦ ସ୍କ୍ରିନରେ ରିଲିଜ କରାଯାଇଛି ।

ତେବେ ଏହି ୩ ଟି ମଧ୍ୟରୁ କେଉଁ ଫିଲ୍ମ ବକ୍ସ ଅଫିସ କଲେକ୍ସନରେ ଆଗରେ ରହିବା ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More