Only for Entertainment

ହୃଦୟ ଚୋରି ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଯୁବକ ! ତା’ପରେ କ’ଣ ହେଲା ଜାଣନ୍ତୁ

womeninneed
27

ମହାରାଷ୍ଟ୍ରର ନାଗପୁର ସହରର ପୁଲିସ୍‍ ଅଧିକାରୀମାନେ ସେତେବେଳେ ବଡ଼ ଅଜବ ପରିସ୍ଥିତିରେ ପହଞ୍ଚିଥିଲେ ଯେତେବେଳେ ଜଣେ ବ୍ୟକ୍ତି ନିଜର ହୃଦୟ ଚୋରିର ଅଭିଯୋଗ ନେଇ ଥାନାରେ ପହଞ୍ଚିଥିଲେ । ଯୁବକ ଜଣଙ୍କ ଜଣେ ଯୁବତୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, ଯୁବତୀ ଜଣଙ୍କ ମୋ ହୃଦୟକୁ ଚୋରି କରିନେଇଛନ୍ତି । ତେଣୁ ଆପଣମାନେ ମୋ ହୃଦୟକୁ ଖୋଜି କାଢି ଆଣନ୍ତୁ । ପୂର୍ବରୁ ପୁଲିସ୍‍ ଅଧିକାରୀମାନେ ଅନେକ ହଜିଯାଇଥିବା ସାମଗ୍ରିକୁ ଖୋଜି ଅଭିଯୋଗକାରୀଙ୍କୁ ପ୍ରଦାନ କରିଆସିଛନ୍ତି । ହେଲେ ଏଭଳି ମାମଲା ନିଆରା ଥିଲା । ତେଣୁ ତୁରନ୍ତ ଏହି ଥାନାର ଅଧିକାରୀମାନେ ବରିଷ୍ଠ ଅଧିକାରୀମାନଙ୍କ ସହ ମାମଲାକୁ ନେଇ ଯୋଗାଯୋଗ କରିଥିଲେ ।

ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା, ଆଇନଗତ ଦିଗକୁ ମଧ୍ୟ ଦୃଷ୍ଟି ଦିଆଯାଇଥିଲା । ଆଉ ନିଷ୍କର୍ସ ବାହାରିଥିଲା ଯେ, ଏଭଳି ମାମଲା ଦାୟର ପାଇଁ ଆଇନ ଅନୁସାରେ କୌଣସି ଧାରା ନାହିଁ । ପୁଲିସ୍‍ ଅଧିକାରୀମାନେ ଯୁବକଙ୍କୁ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି କହି ଫେରାଇ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More