Only for Entertainment

ବାହା ହୋଇ ଶାଶୂଘର ଯାଉଥିଲେ ଯୁବତୀ, ରାସ୍ତାରେ ଅପହରଣ କଲା ବୟଫ୍ରେଣ୍ଡ !

Isha Sadhguru
29

ପ୍ରେମ କରୁଥିବା ଯୁବତୀ ଜଣକ ଅନ୍ୟତ୍ର ବାହା ହେବା ଆଦୌ ଗ୍ରହଣ କରିପାରି ନଥିଲେ ପ୍ରେମିକ ଜଣକ । ଆଉ ଶେଷରେ ସେ ଯେଉଁ କାଣ୍ଡ କରିଛନ୍ତି ତାହା ଏବେ ବଡ଼ ଚର୍ଚ୍ଚାରେ । ବିବାହ ପରେ ଶାଶୂଘରକୁ ଯାଉଥିବା ଯୁବତୀଙ୍କୁ ତାଙ୍କ ପୂର୍ବ ପ୍ରେମିକ ଅଧାରାସ୍ତାରେ ରୋକି ଅପହରଣ କରିନେଇଛନ୍ତି । ପୁଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ ମଧ୍ୟ ଉକ୍ତ ଯୁବତୀ ଓ ପ୍ରେମିକଙ୍କୁ ଗିରଫ କରିବାରେ ସଫଳ ହୋଇନାହାନ୍ତି । ଏଠାରେ ଏହି ଯୁବତୀ ଓ ତାଙ୍କ ବଡ଼ ଭଉଣୀଙ୍କ ବାହାଘର ମଙ୍ଗଳବାର ହୋଇଥିଲା । ଦୁଇ ଭଉଣୀ ଗୋଟିଏ ଘରେ ବିବାହ କରିଥିଲେ ।

ବିବାହ ସରିବା ପରେ ଦୁହେଁ ନିଜ ଗାଁ ନଗ୍‍ବାରୁ କାରରେ ଫେରୁଥିଲା ବେଳେ ଅଭିଯୁକ୍ତ ରାସ୍ତା ମଝିରେ ସେମାନଙ୍କୁ ଅଟକାଇଥିଲା । ଆଉ ବନ୍ଧୁକ ଦେଖାଇ ଉକ୍ତ ଯୁବତୀଙ୍କୁ ଅପହରଣ କରି ଫେରାର ହୋଇଯାଇଥିଲା । ସିକର ପୁଲିସ ଅଧିକ୍ଷକ ଅମନଦୀପ ସିଂ କପୁର କହିଛନ୍ତି ଯେ, ଏହି ମାମଲାରେ ଆମେ ୫ ଜଣକୁ ଗିରଫ କରିଛୁ । ହେଲେ ମୁଖ୍ୟ ଅଭିଯୁକ୍ତ ଅଙ୍କିତ ଏବଂ ଅପହୃତା ଯୁବତୀଙ୍କୁ ଆମେ ଧରିପାରି ନାହୁଁ । ପୁଲିସର କହିବା ଅନୁସାରେ ଅଭିଯୁକ୍ତ ନିଜ ସାଙ୍ଗସାଥିଙ୍କ ସହ ଦୁଇଟି ଗାଡ଼ିରେ ଆସିଥିଲେ । ଏହି ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More