Only for Entertainment

ଧାନ ବିଲରେ ଯୁବକମାନେ ବଳଦ ସହିତ କଲେ ଏପରି ଡ୍ୟାନ୍ସ, ଭିଡିଓ ଭାଇରାଲ ।

ndtv
0 43

ବଲିଉଡ ଷ୍ଟାର ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ କିକି ଚ୍ୟାଲେଞ୍ଜକୁ କପି କରୁଥିବା ଦେଖିବାକୁ ମିଳିଛି । ଚଳନ୍ତା କାର ସହିତ ଡ୍ୟାନ୍ସ କରି ଅନେକ ସେଲିବ୍ରିଟି ଭିଡିଓ ଅପଲୋଡ କରିଥିବା ଦେଖିବାକୁ ମିଳିବା ପରେ ଏହି ଚ୍ୟାଲେଞ୍ଜ ଭାଇରାଲ ହୋବାକୁ ଲାଗିଲା । ଏହା ପରେ ନିଜ ଭିଡିଓକୁ ଭାଇରାଲ କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବା ଦେଖିବାକୁ ମିଳିଛି । କିନ୍ତୁ ନିକଟରେ ଏପରି ଭିଡିଓ ଭାଇରାଲ ହୋଇଛି ଯାହା ସମସ୍ତଙ୍କ ଠାରୁ ଭିନ୍ନ ।

ଏହି ଭିଡିଓରେ ଭାରତର କିଛି ଯୁବକ କାର ବଦଳରେ ଧାନ କ୍ଷେତରେ ବଳଦ ସହିତ କିକି ଚ୍ୟାଲେଞ୍ଜ କରୁ ଥିବା ନଜର ଆସିଛନ୍ତି । ଯୁବକମାନେ କ୍ଷେତରେ ଚାଷ କରୁଥିବା ବଳଦ ସହିତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିଲେ ଆପଣ ମଧ୍ୟ ନିଜ ହସକୁ କଣ୍ଟ୍ରୋଲ କରିପାରିବେ ନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ସେହିପରି ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ କିକି ଚ୍ୟାଲେଞ୍ଜକୁ ଭିନ୍ନ ରୂପରେ କରାଯାଇଛି । ଏହି ଭିଡିଓରେ ଚଳନ୍ତା କାର ସହିତ ବିଲରେ ଏକ ଗାଇ ଚାଲୁଥିବା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More