Only for Entertainment

ବ୍ରେନ୍‌ ଡେଡ୍‌ ହେବା ପରେ ଅଙ୍ଗ ଦାନ କରି ୩ଜଣଙ୍କ ଜୀବନ ବଞ୍ଚାଇଲେ ମହିଳା

BlackPressUSA
36

ପୁଣେର ଜଣେ ମହିଳାଙ୍କ ପାଇଁ ୩ଜଣ ନୂଆ ଜୀବନ ଫେରି ପାଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଦୁର୍ଘଟଣାଗ୍ରସ୍ତ ହେବା ପରେ ମହିଳାଙ୍କ ବ୍ରେନ୍‌ ଡେଡ୍‌ ହୋଇ ଯାଇଥିବା ନେଇ ଡ଼ାକ୍ତର ଘୋଷଣା କରିବା ପରେ ତାଙ୍କର ଯକୃତ ଏବଂ କିଡ୍‌ନୀ ୩ଜଣ ରୋଗୀଙ୍କୁ ଦାନ କରାଯାଇଥିଲା । ଯାହା ଦ୍ୱାରା ସେମାନେ ନୂଆ ଜୀବନ ଫେରି ପାଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ମେ’ ୨୮ରେ ଘରକୁ ଫେରୁଥିବା ବେଳେ ରାତି ପ୍ରାୟ ୧୧ଟା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ମହିଳା । ତୁରନ୍ତ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ମସ୍ତିଷ୍କ କାମ କରୁ ନଥିବା ଦେଖା ଯାଇଥିଲା । ତୁରନ୍ତ ତାଙ୍କର ସର୍ଜରୀ କରାଯାଇଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବା ସହ ମେ’ ୨୯ରେ ଡ଼ାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ବୋଲି ଘୋଷଣା କରିଥିଲେ । ଏହା ପରେ ପରେ ମହିଳାଙ୍କ ଯକୃତ ନାସିକର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଦିଆ ଯାଇଥିଲା । ଗୋଟେ କିଡ୍‌ନୀ ଜାହାଙ୍ଗିର ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କୁ ଦିଆଯାଇଥିବା ବେଳେ ଅନ୍ୟଟି ଦୀନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟଜଣେ ରୋଗୀଙ୍କୁ ଦାନ କରାଯାଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More