Only for Entertainment

ଘରେ ଆଜି ହିଁ ପ୍ରସ୍ତୁତ କରନ୍ତୁ ବ୍ରେଡ ୬୫

YouTube
40

ସାମଗ୍ରୀ-
୧୨୦ ଗ୍ରାମ୍‌ ବ୍ରେଡ୍‌, ୧୫୦ ଗ୍ରାମ୍‌ ମଇଦା, ୭୫ ଗ୍ରାମ୍‌ ଆରୋରୁଟ୍‌, ୧ ଟେବଲସ୍ପୁନ୍‌ ଅଦା ରସୁଣ ପେଷ୍ଟ, ୧ ଚାମଚ ଲଙ୍କା ଗୁଣ୍ଡ, ଅଧ ଚାମଚ ହଳଦୀ, ୧ ଚାମଚ ଧନିଆ ଗୁଣ୍ଡ, ଅଧ ଚାମଚ ଗରମ ମସଲା, ୧ ଟେବଲସ୍ପୁନ୍‌ ଟମାଟୋ କ୍ୟାଚ୍‌ଅପ୍‌, ୩୦୦ ମିଲିଗ୍ରାମ୍‌ ପାଣି, ଛାଣିବା ପାଇଁ ତେଲ,୧ ଚାମଚ ଜିରା, ୨ ଚାମଚ ବଟା ଅଦା, ୨ ଚାମଚ ବଟା ରସୁଣ, କଞ୍ଚାଲଙ୍କା, ୪-୫ଟି ଭୃସଙ୍ଗ ପତ୍ର, ୧ ଟେବଲସ୍ପୁନ୍‌ ଚିଲି ସସ୍‌, ଅଧ ଚାମଚ ଗୋଲମରିଚ ଗୁଣ୍ଡ ଏବଂ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବ୍ରେଡ୍‌ରୁ ୪ ପାଖ ସାଇଡ୍‌ ବାହାର କରି ବର୍ଗାକାରରେ ଖଣ୍ଡ ଖଣ୍ଡ କରି କାଟନ୍ତୁ। ଏକ ପାତ୍ରରେ ମଇଦା, ଆରୋରୁଟ୍‌, ୧ ଚାମଚ ଲେଖାଏଁ ଅଦା ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ହଳଦୀ, ଧନିଆ ଗୁଣ୍ଡ, ଗରମ ମସଲା, ଟମାଟୋ କ୍ୟାଚ୍‌ଅପ୍‌, ଲୁଣ ଓ ପାଣି ମିଶାଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ। କଟା ବ୍ରେଡ୍‌କୁ ଏଥିରେ ଗୋଟିଏ ପରେ ଗୋଟିଏ ବୁଡ଼ାନ୍ତୁ। କଡ଼େଇରେ ତେଲ ଗରମ କରି ଗୋଲ୍ଡେନ୍‌ ଏବଂ କ୍ରିପ୍‌ସି ହେବା ଯାଏ ଏହାକୁ ଛାଣନ୍ତୁ। ଏହାକୁ ଟିସ୍ୟୁ ପେପରକୁ ବାହାର କରି ରଖନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ତେଲ ଗରମ କରନ୍ତୁ। ଏଥିରେ ଜିରା ପକାଇ ଫୁଟିବାକୁ ଦିଅନ୍ତୁ। ଏବେ ଏଥିରେ ବଳକା ଅଦା ରସୁଣ ପେଷ୍ଟ ପକାଇ ୨ ରୁ ୩ ମିନିଟ୍‌ ଯାଏ ଭାଜନ୍ତୁ। ଏବେ ଏଥିରେ ଲମ୍ବାରେ କଟା ଯାଇଥିବା କଞ୍ଚା ଲଙ୍କା, ୪-୫ଟି ଭୃସଙ୍ଗ ପତ୍ର ପକାନ୍ତୁ। ପରେ ଏଥିରେ ୧ ଟେବଲସ୍ପୁନ୍‌ ଚିଲି ସସ୍‌, ଅଧଚାମଚ ଗୋଲମରିଚ ଗୁଣ୍ଡ ମିଶାନ୍ତୁ। ଏହା ପରେ ଏଥିରେ ୬୦ ମିଲି ପାଣି ଦେଇ ୩ରୁ ୫ ମିନିଟ୍‌ ଯାଏ ଭାଜନ୍ତୁ। ଏବେ ଫ୍ରାଏ ହୋଇଥିବା ବ୍ରେଡ୍‌ ପକାଇ ପୁଣି ୫ ମିନିଟ୍‌ ଯାଏ ଛାଡ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ସ୍ନାକ୍‌ସ ବ୍ରେଡ୍‌ ୬୫। ଏବେ ଏହାକୁ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More