Only for Entertainment

ଘରେ ବନାନ୍ତୁ ଓଟସ୍ ବ୍ରେଡ୍ ଉପମା

planeatrepeat.com
0 88

ସକାଳର ଜଳଖିଆରେ ଆପଣମାନେ ଓଟସ୍ ବ୍ରେଡ୍ ଉପମା ପ୍ରସ୍ତୁତ କରନ୍ତୁ । ଏହା ଖାଇବାରେ ଯେପରି ସ୍ୱାଦିଷ୍ଟ ଏବଂ ଶରୀର ପାଇଁ ମଧ୍ୟ ଖୁବ୍ ଲାଭଦାୟକ । ଓଟସ୍ ବ୍ରେଡ୍ ଉପମା ତିଆରି କରିବା ପାଇଁ ଖୁବ୍ କମ୍ ସମୟ ଲାଗିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବେ ।
ସାମଗ୍ରୀ:
ବ୍ରେଡ ସ୍ଲାଇସ୍- ୫ ରୁ ୬ ପିସ୍
ମସଲା ଓଟସ୍- ୧/୨ କପ
ଜିରା – ୧ ଚାମଚ
ଶୋରିଷ – ୧/୨ ଚାମଚ
ପିଆଜ – ୧ଛୋଟ ଛୋଟ କଟା
ହଳଦୀ ଗୁଣ୍ଡ- ୧/୨ ଚାମଚ
ଲଙ୍କା ଗୁଣ୍ଡ – ୧/୨ ଚାମଚ
ତେଲ – ୨ ବଡ ଚାମଚ, ଏବଂ ଲୁଣ ସ୍ୱାଦ ଅନୁସାରେ ।
ପ୍ରସ୍ତୁତ ପ୍ରଣାଳୀ :- ପ୍ରଥମେ ବ୍ରେଡ୍୍କୁ ଖଣ୍ଡ ଖଣ୍ଡ କରି ଅଲଗା ଏକ ପାତ୍ରରେ ରଖି ଦିଅନ୍ତୁ । ତାପରେ କରେଇରେ ତେଲ ପକାନ୍ତୁ । ତେଲ ଗରମ ହେଲା ପରେ ସେଥିରେ ଜିରା ଏବଂ ଶୋରିଷ ପକାଇ ଭାଜନ୍ତୁ ।
ଯେତେବେଳେ ଜିରା ଏବଂ ଶୋରିଷ ଫୁଟିବା ଆରମ୍ଭ ହେବ ସେତେବେଳେ କରେଇରେ ପିଆଜ ପକାଇ ଗୋଲାପି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ପୁଣି ସେଥିରେ ହଳଦୀଗୁଣ୍ଡ, ଲୁଣ, ବ୍ରେଡ୍ ଖଣ୍ଡ ଏବଂ ଓଟସ୍ ପକାଇ ଗୁଳାଇ ଦିଅନ୍ତୁ । ତାହାପରେ ସେଥିରେ ଲଙ୍କା ଗୁଣ୍ଡ ଏବଂ ଅଳ୍ପ ପାଣିଦେଇ ଭଲ ଭାବରେ ଗୁଳାଇ ୫ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଠିକ୍ ୫ ମିନିଟ୍ ପରେ ଏହାକୁ କରେଇରୁ ବାହାରକରି ଗରମ ଗରମ ପରସନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More