Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ବ୍ରେଡ ପିଜା ।

generalmills.com
0 41

ଆବଶ୍ୟ ସାମଗ୍ରୀ- ବ୍ରାଉନ ବ୍ରେଡ୍, ଛେନା, ସିମଲା ଲଙ୍କା, ମିଠା ମକା, ପିଜା ସସ୍, ବଟର, ଅରଗାନୋ, ଗୋଲ ମରିଚ ଗୁଣ୍ଡ, ଚାଟ୍ ମସଲା ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ମିଠା ମକାରୁ ମଞ୍ଜିକୁ କାଢନ୍ତୁ, ସିମଲା ଲଙ୍କାକୁ ଛୋଟ ଛୋଟ କରି କାଟିଦିଅନ୍ତୁ । କଡେଇରେ ଟିକେ ବଟର ପକାଇ ଗରମ କରନ୍ତୁ । ବଟର ଗରମ ହୋଇଯିବା ପରେ ଏଥିରେ କଟା ସିମଲା ଲଙ୍କା ଓ ମକା ମଞ୍ଚି ପକାଇ ଭାଜନ୍ତୁ । ମକା ଓ ସିମଲା ଲଙ୍କା ଟିକେ ଭାଜି ହୋଇଯିବା ପରେ ସେଥିରେ ଟିକେ ଅରଗାନୋ, ଗୋଲ ମରିଚ ଗୁଣ୍ଡ, ଚାଟ୍ ମସଲା ଏବଂ ସ୍ୱାଦ ଅନୁସାରେ ଲୁଣ ପକାଇ ଭାଜନ୍ତୁ । ଏହା ଭାଜି ହୋଇଯିବା ପରେ ଏକ ପାତ୍ରରେ କାଢି ଦିଅନ୍ତୁ । ତାୱା ଗରମ କରନ୍ତୁ ଓ ସେଥିରେ ଟିକେ ବଟର ପକାନ୍ତୁ। ବ୍ରାଉନ୍ ବ୍ରେଡ୍କୁ ବଟର ଉପରେ ପକାଇ ସେକନ୍ତୁ । ଛେନାକୁ ଗୁଣ୍ଡ କରିଦିଅନ୍ତୁ । ପ୍ଲେଟରେ ବ୍ରେଡ୍ ରଖି ତାଉପରେ ପିଜା ସସ୍ ଲଗାନ୍ତୁ ଏହା ଉପରେ ମକା ଓ ସିମଲା ମିର୍ଚ୍ଚ ଭଜାକୁ ରଖନ୍ତୁ ଓ ତା ଉପରେ ଛେନା ଗୁଣ୍ଡ ପକାନ୍ତୁ । ତାୱାରେ ଟିକେ ବଟର ଗରମ କରି ଏହି ବ୍ରେଡ୍କୁ ରଖନ୍ତୁ ଓ ଗୋଟୋ ଘୋଡଣୀ ଘୋରେଇ କମ୍ ଆଞ୍ଚରେ ଷ୍ଟିମ୍ ହେବାକୁ ଦିଅନ୍ତୁ । ଛେନା ମେଲ୍ଟ ହୋଇଯିବା ପରେ ବ୍ରେଡ୍କୁ ପ୍ଲେଟକୁ କାଢି ତାଉପରେ ଗୋଲମରିଚ ଗୁଣ୍ଡ ଓ ଅରଗାନୋ ପକାନ୍ତୁ ଓ ଗରମ ଗରମ ଖାଆନ୍ତୁ ବ୍ରେଡ୍ ପିଜ୍ଜା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More