Only for Entertainment

ବ୍ରେଡ ଆଳୁ କଟଲେଟ ପ୍ରସ୍ତୁତି ପ୍ରଣାଳୀ

YouTube
0 62

ସାମଗ୍ରୀ:

୫ ଟି ପାଉଁରୁଟି , ୨ ଟି ସିଝା ଆଳୁ , ପିଆଜ ୨ ଟି , ଧନିଆ ପତ୍ର କିଛି , ଛୋଟ  ମେଥି କିଛି , ଅଦା-କଞ୍ଚା ଲଙ୍କା ପେଷ୍ଟ ୧ ଚାମଚ , ଧନିଆ ଗୁଣ୍ଡ  ½ ଚାମଚ , ସ୍ଵାଦ ଅନୁସାରେ ଆମ୍ଚୁର ପାଉଡର ବା ଲେମ୍ବୁ ରସ , ୨-୩ ଚାମଚ କୋର ହୋଇଥିବା ଚିଜ , ଭଜା ଲାଲ ଚିନାବାଦାମ ଗୁଣ୍ଡ ୩ ଚାମଚ , ୨ ଚାମଚ କର୍ଣ୍ଣ ଫ୍ଲୋର ,  ସ୍ଵାଦ ଅନୁସାରେ ଲୁଣ ।

ପ୍ରସ୍ତୁତି  ପ୍ରଣାଳୀ:

ପ୍ରଥମେ ପାଉଁରୁଟି ଖଣ୍ଡକୁ ହାତରେ ଦଳି ୧ ଚାମଚ ଦହିରେ ୨ ମିନିଟ ବତୁରାଇ ରଖନ୍ତୁ । ଏହାପରେ ସିଝା ଆଲୁରେ ବ୍ରେଡ ଚକାଟନ୍ତୁ ।  ପାଉଁରୁଟି ଏହାପରେ ଧୀରେ ଧୀରେ  କଟା ପିଆଜ , ଧନିଆ ପତ୍ର କଟା , ମେଥି , ଅଦା ଲଙ୍କା ପେଷ୍ଟ , ଧନିଆ ଗୁଣ୍ଡ , ଲେମ୍ବୁ ରସ , ଚିନାବାଦାମ ଗୁଣ୍ଡ ,ଚିଜ, କର୍ଣ୍ଣ ଫ୍ଲୋର , ସ୍ଵାଦ ଅନୁସାରେ ଲୁଣ ପକାଇ ଧୀରେ ଧୀରେ କରି ଭଲକରି ଗୋଳାଇ ଚକଟି  ଦିଅନ୍ତୁ । ଏବେ ଏହି ଚକଟାରୁ ଗୁଳା କରି ହାତରେ ଟିକେ ଥାପି କଟଲେଟ ଆକାରରେ  ଗଢନ୍ତୁ । ଏହାପରେ  ଏକ ନନଷ୍ଟିକ ତାୱା ଗରମ କରି ଅଳ୍ପ ତେଲ ଦେଇ କଟଲେଟ ଗୁଡିକୁ ଦୁଇ ପଟ ଲାଲ ହେଲା ପର୍ଯ୍ୟନ୍ତ ମଧ୍ୟମ ଆଞ୍ଚରେ ଭାଜନ୍ତୁ ।  ଆପଣଙ୍କ କଟଲେଟ ରେଡି ।  ଏହାକୁ ଯେକୌଣସି ସସ ଓ ଚଟଣି ସହିତ ସ୍ନାକ୍ସ ଭାବେ ଖାଇପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More