ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ ୩’ରେ ସ୍ପେଶାଲ ନମ୍ବର କରିବେ ନାହିଁ ମୌନୀ ରୟ, ସାମ୍ନାକୁ ଆସିଲା ଏହି କାରଣ
ସଲମାନ ଖାନ ଏବଂ ସୋନାକ୍ଷୀ ସିହ୍ନାଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂ ଏବେ ମଧ୍ୟ ପ୍ରଦେଶରେ ଆରମ୍ଭ ହୋଇସାରିଛି । ସୁଟିଂ ଆରମ୍ଭ ହେବା ଦିନରୁ ଫିଲ୍ମରୁ ସେଟରୁ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଏବେ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।
ନିକଟରେ ଶୁଣିବାକୁ ମିଳୁଥିଲା ଯେ, ଫିଲ୍ମରେ ସ୍ପେଶାଲ ନମ୍ବର ପାଇଁ ଫିଲ୍ମର ନିର୍ଦ୍ଦେଶକ ପ୍ରଭୂଦେବା ଏବଂ ଅଭିନେତା ସଲମାନ ଖାନ ହିରୋଇନ ଖୋଜୁଛନ୍ତି । ପ୍ରଭୂଦେବା ସନି ଲିଓନିଙ୍କୁ ନେବା ପାଇଁ ଚାହୁଁଥିବା ବେଳେ ସଲମାନ ଖାନ କୁଆଡେ ମୌନୀ ରୟଙ୍କୁ ନେବା ପାଇଁ ଚାହୁଁଛନ୍ତି । କିନ୍ତି ଏବେ ଏହାକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।
ପିଙ୍କ ଭିଲ୍ଲାର ଖବର ଅନୁସାରେ ମୌନୀ ରୟଙ୍କୁ ଏପର୍ଯ୍ୟନ୍ତ ‘ଦବଙ୍ଗ ୩’ ପାଇଁ ଆପ୍ରୋଚ କରାଯାଇ ନାହିଁ । ମୌନୀଙ୍କୁ ନେଇ ଯେଉଁ ସବୁ ଖବର ସଉଣିବାକୁ ମିଳୁଥିଲା ତାହା ସଂପୂର୍ଣ୍ଣ ମିଥ୍ୟା । ତେବେ ଦେଖାଯାଉ ମେକର୍ସ ସନିଙ୍କୁ ଏହି ସ୍ପେଶାଲ ସଙ୍ଗ ପାଇଁ ଫାଇନାଲ କରୁଛନ୍ତି କି ଆଉ କାହାକୁ ।