Only for Entertainment

ବଲିଉଡ ନୁହେଁ ହଲିଉଡ ସିନେମା ଜରିଆରେ ଆକ୍ଟିଂରେ ପାଦ ଦେବେ ଶାହରୁଖ ଖାନଙ୍କ ପୁଅ ଆର‌୍ୟନ !

bollywoodpapa
34

ବଲିଉଡ କିଙ୍ଗ ଖାନ ପୁଇ ଆର‌୍ୟନଙ୍କ ବଲିଉଡ ଡେବ୍ୟୁକୁ ନେଉ ଏବେ ଜୋରସୋରରେ ଚର୍ଚ୍ଚା ହେବାରେ ଲାଗିଛି । ମିଡିଆରେ ଏହି ଖବର ଛାଇ ରହିଛି ଯେ, ଆର‌୍ୟନ ଖାନ ଏବେ କାର୍ଲିଫର୍ଣ୍ଣିଆରେ ନିଜ ପଢା ପୂରା କରୁଛନ୍ତି ଏବଂ ସେ ପଢା ସାରି ଫେରିବା ପରେ ବଲିଉଡ ଡେବ୍ୟୁ କରିବେ । ଖବର ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ପୁଇ ଆର‌୍ୟନର ଡେବ୍ୟୁ ପାଇଁ ଶାହରୁଖ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏବେ ଆର‌୍ୟନଙ୍କୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

 

View this post on Instagram

 

Narcos

A post shared by Aryan Khan (@___aryan___) on

ଖବର ଅନୁସାରେ ଶାହରୁଖ ଖାନଙ୍କ ପୁଇ ଆର‌୍ୟନ ଖାନ ବଲିଉଡ ନୁହେଁ ବରଂ ହଲିଉଡ ଫିଲ୍ମ ଜରିଆରେ ଅଭିନୟ କ୍ଷେତ୍ରରେ ପାଦ ଦେବେ । ଆଜ୍ଞା ହଁ, ଶାହରୁଖ ପୁଅ ଆର‌୍ୟନର ଡେବ୍ୟୁ ପାଇଁ ହଲିଉଡ ପ୍ରଡ୍ୟୁସର ମାନଙ୍କ ସହିତ କଥା ହେଉଛନ୍ତି । ତେବେ ଏହା ଏପଯ୪୍ୟନ୍ତ ସ୍ପଷ୍ଟ ହୋଇନି ଯେ, ଆର‌୍ୟନ ହଲିଉଡରୁ ନା ବଲିଉଡରୁ ନିଜ ଆକ୍ଟି କ୍ୟାରିଅର ଆରମ୍ଭ କରିବେ ।

ନିକଟରେ ଏହା ଶୁଣିବାକୁ ମିଳିଥିଲା ଯେ, ଆର‌୍ୟନ କରଣ ଜୋହରଙ୍କ ଫିଲ୍ମ ତଖ୍ତରେ ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବେ କାମ କରିବେ । ଏହାର କାରଣ ହେଉଛି ଯେପରି ସେ ଫିଲ୍ମ ସହିତ ଜଡିତ ସବୁ କିଛି ଜାଣିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More