Only for Entertainment

ଫରାହ ଖାନଙ୍କ ନୂଆ ପ୍ରୋଜେକ୍ଟରେ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ସାଙ୍ଗେ ନଜର ଆସିବେ ମୋହିତ ରୈନା !

32

ଭାରତରେ ୱେବ ମିଡିଆ ଖୁବ ସଫଳତା ହାସିଲ କରିବାରେ ଲାଗିଲାଣି, ଏହା ବଲିଉଡ କଳାକାର ମଧ୍ୟ ବୁଝିଗଲେଣି । ଏହି କାରଣରୁ ଇଣ୍ଡଷ୍ଟ୍ରିର ଅନେକ ବଡ କଳାକାର ୱେବ ମାଧ୍ୟମ ୱେବମାଧ୍ୟମରେ ଏଂଟ୍ରି ମାରୁଛନ୍ତି । ସୈଫ ଅଲୀ ଖାନ, ଅକ୍ଷୟ କୁମାର ବବି ଦେଓଲ, ରାଧିକା ଆପ୍ତେ, ନବାଜୁଦ୍ଦିନ ସିଦ୍ଦିକି, ବିକ୍କି କୌଶଲ, ଆର ମାଧବନ ଏବଂ ଅଭିଷେକ ବଚ୍ଚନ କିଛି ଏଭଳି ଲିଷ୍ଟ କଳାକାର ରହିଛନ୍ତି, ଯେଉଁମାନେ ଡିଜିଟାଲ ସ୍ପେସରେ ନିଜ ସ୍ଥାନ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ।

ଏବେ ଏବେ ଖବର ଶୁଣିବାକୁ ମିଳିଛି ଯେ ଜ୍ୟାକଲିନ ଫର୍ଣ୍ଣାଡିଜ ମଧ୍ୟ ଏହି ରେସରେ ସାମିଲ ହୋଇଛନ୍ତି । ସେ ଖୁବ ଶୀଘ୍ର ଫରାହ ଖାନଙ୍କ ପ୍ରୋଜେକ୍ଟରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ପ୍ରୋଜେକ୍ଟରେ ଫରାହ ଖାନଙ୍କ ସ୍ୱାମୀ ଶିରିଷ କୁନ୍ଦର ନିର୍ଦ୍ଦେଶନା ଭାର ତୁଲାଇବେ । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ପ୍ରୋଜେକ୍ଟରେ ଜ୍ୟାକଲିନଙ୍କ ସହ ମୋହିତ ରୈନା ଏବଂ ମନୋଜ ବାଜପେୟୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହି ୱେବ ଫିଲ୍ମ ନାଁ ରହିଛି ମିସେଜ ସିରିଅଲ କିଲର । ମୋହିତ ରାଇନା ଏହି ପ୍ରୋଜେକ୍ଟ ବିଷୟରେ କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ନେଟଫ୍ଲିକ୍ସ ଫିଲ୍ମ ଅଟେ ଏବଂ ସେ କହିଛନ୍ତି ଯେ ତାଙ୍କର ଏହି ଫିଲ୍ମ ୧୪୯ମିଲିଅନ ପର୍ଯ୍ୟନ୍ତ ପହଂଚିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More