Only for Entertainment

ବିବାହରେ କେକ କାଟିବା ପରେ ଖୁବ କାନ୍ଦିଲେ କନ୍ୟା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ଦେଖନ୍ତୁ ଭିଡିଓ !

26

ଫିଲିପିନ୍ସରେ ବିବାହ ପାଇଁ ବୁକ ହୋଇଥିବା କ୍ୟାଟରର ଏଭଳି ଭୂଲ କରିଛନ୍ତି ଯେ ଏହି କାରଣରୁ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିଛି । କାରଣ ଏହା ଥିଲା ଯେ ବିବାହ ପାଇଁ ବନ୍ଧୁବାନ୍ଧବଙ୍କ ଲାଗି କ୍ୟାଟରର ଖାଦ୍ୟର ବନ୍ଦୋବସ୍ତ କରି ପାରିନଥିଲେ । ସେ ଭୁଲ ବଶତଃ କେକ ମଧ୍ୟ ନକଲି ପଠାଇଥିଲେ । ଅଧା କେକରେ ବ୍ରେଡ ପରିବର୍ତ୍ତେ ରହିଥିଲା ଥର୍ମୋକୁଲ ଏବଂ ଏହା ଉପରେ ଲାଗିଥିଲା କ୍ରିମ ।

ନବବିବାହିତ ଦମ୍ପତି ଯେତେବେଳେ କେକ କାଟିଲେ ତାଙ୍କୁ ଏହି ବିଷୟରେ ଜଣା ପଡିଥିଲା । ନିକଟସ୍ଥ ରିପୋର୍ଟ ମୁତାବକ ୪୦ବର୍ଷୀୟ ଝୋନ ଚେନ ଏବଂ ୨୬ବର୍ଷୀୟା ଶାଇନ ତୋମାୟୋ ୧.୪୦ଲକ୍ଷ ଖର୍ଚ୍ଚ କରି ରିସେପସନ ପାର୍ଟିରେ ଆୟୋଜନ କରିଥିଲେ ।

ଚର୍ଚରେ ବିବାହ କରିବା ପରେ ସେମାନେ ବନ୍ଧୁବାନ୍ଧବଙ୍କ ପାଇଁ ଖାଦ୍ୟର ବନ୍ଦୋବସ୍ତ ହୋଇନଥିବା ଦେଖିଥିଲେ । ସେମାନେ ଲଜ୍ଜା ଅନୁଭବ କରି ନିକଟସ୍ଥ ରେସ୍ତୋରାଁରୁ ଖାଇବା ମଗାଇଥିଲେ । ଖାଇବା ପରେ ଏହି କପଲ କେକ କାଟିଥିଲେ ।

କେକରେ ଥର୍ମୋକୁଲ ଥିବା ଜଣା ପଡିବା ପରେ ପୁଣିଥରେ ଦୁହେଁ ଲଜ୍ଜାର ଶିକାର ହୋଇଥିଲେ । ବନ୍ଧୁବାନ୍ଧବଙ୍କ ସାମ୍ନାରେ ଏଭଳି ବଦନାମୀ ପାଇଁ ଖୁବ କାନ୍ଦିଥିଲେ କନ୍ୟା । ଏହାପରେ ବନ୍ଧୁବାନ୍ଧବ ମିଶି ପୁଲିସ ଷ୍ଟେସନ ଯାଇଥିଲେ ଏବଂ କ୍ୟାଟରର ଖିଲାପରେ ମାମଲା ରୁଜୁ କରିଥିଲେ । ପୁଲିସ କ୍ୟାଟରରଙ୍କୁ ଗିରଫ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More