Only for Entertainment

କନ୍ୟାର ଦେଶୀ ଡ୍ୟାନ୍ସ ଦେଖି ମନ୍ତ୍ରମୁଗ୍ଧ ହୋଇଗଲା ବିଦେଶୀ ବର, ଭିଡିଓ ହେଲା ଭାଇରାଲ

ndtv
0 109

ସୋସିଆଲ ମିଡିଆରେ ଏକ ବିବାହର ଭିଡିଓ ଏବେ ଖୁବ ଭଇରାଲ ହେବାରେ ଲାଗିଛି । ଭିଡିଓରେ କନ୍ୟା ଜବରଦସ୍ତ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି । ଏହା ବିଦେଶର ଭିଡିଓ ବୋଲି କୁହାଯାଉଛି ଯେଉଁଠାରେ ଭାରତୀୟ ରିତି ନୀତିରେ ବିବାହ ହେଉଥିବା ଦେଖିବାକୁ ମିଳିଛି । ବିବାହରେ କନ୍ୟା ଦେଶୀ ଅନ୍ଦାଜରେ ବଲିଉଡ ଗୀତର ତାଳେ ତାଳେ ଡ୍ୟାନ୍ସ କରୁଥିବା ନଜର ଆସିଛି । ଅନ୍ୟପକ୍ଷରେ ବିଦେଶୀ ବର କନ୍ୟାର ଡ୍ୟାନ୍ସକୁ ଦେଖି ଖୁବ ଆଶ୍ଚର୍ଯ୍ୟ ହେବା ସହ ମନ୍ତ୍ରମୁଗ୍ଧ ଭାବେ ଦେଖୁଥିବାର ନଜର ଆସିଛନ୍ତି ।

୩ ମିନିଟର ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରିଛନ୍ତି । କନ୍ୟାର ଡ୍ୟାନ୍ସ ଦେଖିବା ପରେ ବର ଶେଷରେ ଏକ୍ସାଇଟେଡ ହୋଇ କନ୍ୟାକୁ କୋଳରେ ଉଠାଉ ଥିବା ମଧ୍ୟ ଦେଖିବାକୁ ମିଳିଛି । ସେଠାରେ ଉପସ୍ଥିତ ସମସ୍ତ ଅତିଥି ମଧ୍ୟ ଡ୍ୟାନ୍ସ ପଫମାନ୍ସକୁ ଉପଭୋଗ କରିଛନ୍ତି । ଏହି ଭିଡିଓକୁ ବିଙ୍ଗ ୱମ୍ୟାନ ପେଜ ଫେସବୁକରେ ପୋଷ୍ଟ କରିଛନ୍ତି । ଗୋଟିଏ ଦିନ ଭିତରେ ଭିଡିଓକୁ ୩୦୦ ରୁ ଅଧିକ ସେୟାର ଏବଂ ୯୦ ହଜାରରୁ ଅଧିକ ଲାଇକ ମିଳିସାରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More