Only for Entertainment

ବିବାହର ୧୫ ଦିନ ପରେ ବିବାହ କରାଇଥିବା ବ୍ରାହ୍ମଣ ସହିତ ଫେରାର ହେଲେ ଯୁବତୀ

google
76

ମଧ୍ୟପ୍ରଦେଶରେ ଜଣେ ମହିଳା ବିବାହର ୧୫ଦିନ ପରେ ସାତ୍‌ଫେରା କରାଇଥିବା ବ୍ରାହ୍ମଣଙ୍କ ସହ ଫେରାର ହୋଇଯିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଘରର ବୋହୂ ଏଭଳି ହଠାତ୍‌ ଫେରାର ହେବାର କାରଣ ଜାଣି ଶାଶୁଘର ଲୋକେ ହତବାକ ହୋଇ ଯାଇଛନ୍ତି ।

ସୂଚନା ମୁତାବକ, ମେ’ ୭ରେ ୨୧ବର୍ଷୀୟ ଯୁବତୀଙ୍କ ବିବାହ ବାସୌଦାର ଆସଠ ଗାଁରେ ରହୁଥିବା ଯୁବକଙ୍କ ସହ ହୋଇଥିଲା । ଆସଠ ଗାଁରେ ରହୁଥିବା ବ୍ରାହ୍ମଣ ବିନୋଦ ମହାରାଜ ଯୁବକ-ଯୁବତୀଙ୍କ ବିବାହ କରାଇଥିଲେ । ବିବାହ ପରେ ଶାଶୁଘରେ କଳହ ହେବାରୁ ୩ଦିନ ପରେ ନିଜ ବାପ ଘରକୁ ଫେରି ଆସିଥିଲେ ଯୁବତୀ । ମେ’୨୩ରେ ଯୁବତୀଙ୍କ ପରିବାର ଅନ୍ୟ ଏକ ବିବାହରେ ଯୋଗ ଦେବାକୁ ଯାଇଥିବା ବେଳେ ଯୁବତୀ ଜଣଙ୍କ ବ୍ରାହ୍ମଣ ବିନୋଦ ମହାରାଜଙ୍କ ସହ ଘରୁ ଫେରାର ହୋଇ ଯାଇଥିଲେ ।

ଯୁବତୀଙ୍କ ମାତା-ପିତା ଯେଉଁ ବିବାହରେ ଯୋଗ ଦେବାକୁ ଯାଇଥିଲେ ସେଠାକୁ ମଧ୍ୟ ବ୍ରାହ୍ମଣ ବିନୋଦ ମହାରାଜଙ୍କୁ ବିବାହ କରାଇବା ପାଇଁ ଡ଼କା ଯାଇଥିଲା । କିନ୍ତୁ ବିବାହର ରୀତିନୀତି ଆରମ୍ଭ ହେବା ପୂର୍ବରୁ ବ୍ରାହ୍ମଣ ବିନୋଦ ମହାରାଜ ସେଠାରୁ ଚାଲି ଆସିବା ସହ ଯୁବତୀଙ୍କୁ ଧରି ଫେରାର ହୋଇ ଯାଇଥିଲେ । ତେବେ ଏ ନେଇ ପୁଲିସରେ ଖବର ଦିଆଯିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଦୁହେଁ ଗତ ୨ବର୍ଷ ହେଲା ପ୍ରେମ ସଂପର୍କରେ ରହିଥିଲେ ବୋଲି ଜଣା ପଡ଼ିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More