Only for Entertainment

ମହିଳାବନ୍ଧୁଙ୍କୁ ଖୁସି ରଖିବେ କେମିତି ! ନଜର ପକାନ୍ତୁ କିଛି କଥା ଉପରେ

phuntu today
0 54

ସମ୍ପର୍କ ଗଢିବା ବହୁତ ସହଜ, କିନ୍ତୁ ସମ୍ପର୍କକୁ ଦୀର୍ଘଦିନ ଧରି ସୁଦୃଢ କରି ରଖିବା ବହୁତ ଜରୁରୀ ଅଟେ । ଯଦି ଆମେ କାହା ସହିତ ସମ୍ପର୍କ ରଖିବା ଆମକୁ ମଧ୍ୟ କିଛି କଥା ଉପରେ ଦୃଷ୍ଟି ଦେବା ବହୁତ ଜରୁରୀ ଅଟେ । ଆପଣ ଯଦି କାହା ସହିତ ସମ୍ପର୍କରେ ଅଛନ୍ତି ତେବେ ଆପଣ ଆପଣଙ୍କ ମହିଳାବନ୍ଧୁଙ୍କ ବିଶ୍ୱାସକୁ ଯିତିବା ପାଇଁ ଚେଷ୍ଟା କରନ୍ତୁ, କାରଣ କୈାଣସି ବି ସମ୍ପର୍କରେ ବିଶ୍ୱାସ ରଖିବା ବହୁତ ଜରୁରୀ ଅଟେ । ସମ୍ପର୍କରେ ଯଦି ଗୋଟିଏ ଥର ବି ବିଶ୍ୱାସ ଭାଙ୍ଗିଯାଏ, ତେବେ ଆଉଥରେ ବିଶ୍ୱାସକୁ ମଜବୁତ କରିପାରିବା ସହଜ ହୁଏ ନାହିଁ ।

ନିଜର ସାଥୀଙ୍କର ଯତ୍ନ ନେବା ସହିତ ତାଙ୍କ ମନକୁ ପରଖିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣଙ୍କ ସାଥୀ ଘରକୁ ଫେରୁଛନ୍ତି ତେବେ ଦିନ ଦ୍ୱିପହର ହୋଇଥିଲେ ମଧ୍ୟ ତାଙ୍କୁ ଘରେ ଆଣି ଠିକ୍ ଭାବରେ ଛାଡିବା ବହୁତ ଜରୁରୀ ଅଟେ ।ଆପଣ ତାଙ୍କୁ ଘରକୁ ଛାଡିଲାବାଟରେ ତାଙ୍କ ସହିତ ନିରୋଳାରେ କିଛି ଏକାନ୍ତ ମୁହୂର୍ତ ମଧ୍ୟ କଟାଇପାରିବେ ଯାହାଦ୍ୱାରା ଆପଣଙ୍କର ସମ୍ପର୍କରେ ଆହୁରି ଗାଢତା ଆସିବ ।

ଆପଣଙ୍କ ମହିଳାବନ୍ଧୁଙ୍କ ପ୍ରତିଭାକୁ ଚିହ୍ନିବା ପାଇଁ ଚେଷ୍ଟା କରିବା ଦରକାର । କାରଣ ତାଙ୍କ ପ୍ରତିଭାକୁ ଚିହ୍ନି ଆମେ ଯଦି ତାଙ୍କର ପ୍ରଶଂସା କରିବା ସେ ଖୁସି ହୋଇଥାନ୍ତି । ସେହି ସମୟରେ ତାଙ୍କୁ “ମୁଁ ତୁମକୁ ଭଲପାଏ‘ ମଧ୍ୟ କହିବାକୁ ଭୂଲିବେ ନାହିଁ ।

ଆପଣ ଜଣଙ୍କୁ ଯେତେ ଭଲ ପାଉଥିଲେ ମଧ୍ୟ ଯଦି ଯେ ପର୍ୟ୍ୟନ୍ତ ତାଙ୍କୁ ନିଜର ମନର କଥା ଖୋଲି କହି ନାହାଁନ୍ତି ତେବେ ଭଲପାଇବାରେ କେତେ ଗହୀରତା ଅଛି ସାମ୍ନା ଲୋକ ଜାଣିବା ମଧ୍ୟ କଷ୍ଟକର ହୋଇପଡିଥାଏ । କୈାଣସି ବି ସମୟରେ କିଛି ଉପହାର ଦେଇ ତାଙ୍କୁ ଖୁସି କରିବା ମଧ୍ୟ ଭଲପାଇବାର ଆଉ ଏକ ମାଧ୍ୟମ ଅଟେ ।

ନିଜର ମନର ମାନସୀକୁ ନେଇ ଆପଣ ବାହାରକୁ ଯାଆନ୍ତୁ ଏବଂ ସେଇଠି ନିଜର ମନର କଥାକୁ କୁହନ୍ତୁ ଯାହାଦ୍ୱାରା ଆପଣ ଆପଣଙ୍କ ପ୍ରେମିକାଙ୍କ ହୃଦୟକୁ ଜିତିପାରିବେ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More