Only for Entertainment

ଘରକୁ ଲକ୍ଷ୍ମୀ ଆସିବେ ବୋଲି ଜାଣିବେ କିପରି?

maa durga wallpaper
0 47

ଆଗାମୀ ଭବିଷ୍ୟତରେ କ’ଣ ଘଟିବାକୁ ଯାଉଛି ଏହା ଆମକୁ କେତେକ ସଙ୍କେତରୁ ଜଣାପଡ଼ିଥାଏ । କାରଣ ଘଟଣା ଘଟିବା ପୂର୍ବରୁ ଯେକୌଣସି ମାଧ୍ୟମରେ ଏକ ପ୍ରକାର ସଙ୍କେତ ମିଳିଥାଏ । ଯାହା ଦ୍ୱାରା ଭବିଷ୍ୟତରେ ଘଙ୍କିବାକୁ ଥିବା ଘଟଣା ଉପରେ ନଜର ପକାଇ ହେବ ।

ଯଦି ସ୍ୱପ୍ନରେ ଦିଆସିଲି ଜଳାଉ ଥିବାର ଦେଖିବେ ତେବେ ଅଟକି ରହିଥିବା ଧନ ଆଗାମୀ ଦିନରେ ପ୍ରାପ୍ତ ହୋଇଥାଏ ।

ଯଦି ସ୍ୱପ୍ନରେ କେହି ଚେକ ଲେଖି ଦିଅନ୍ତି ତେବେ ଜାଣିବେଯେ ଧନ ମିଳିବ ଏବଂ ବ୍ୟବସାୟରେ ବୃଦ୍ଧି ମଧ୍ୟ ହୋଇପାରେ ।

ଯଦି ସ୍ୱପ୍ନରେ ଦେଖନ୍ତିଯେ ଆଇନ କାନୁନ ମକଦମା ଚାଲୁଛି ଏବଂ ଆପଣ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି ତେବେ ଧନ ପ୍ରାପ୍ତ ହେବ ।

ଯଦି ସ୍ୱପ୍ନରେ ଆପଣ କାହାକୁ ଧନ ଦାନ କରୁଛନ୍ତି ତେବେ ଆପଣ ଅଧିକ ଧନ ପ୍ରାପ୍ତ କରିବେ ।

ଘର ଦ୍ୱାରକୁ ଆସିଥିବା ଯୋଗୀକୁ କେବେ ମଧ୍ୟ ଖାଲି ହାତରେ ଫେରାଇବେ ନାହିଁ,ଯେତିକି ସମ୍ଭବ ସେତିକି ଦିଅନ୍ତୁ ।

ଯେଉଁବ୍ୟକ୍ତି ଘରକୁ ଆସିଥିବା ଅତିଥିକୁ ଅପମାନିତ କରନ୍ତି ଲକ୍ଷ୍ମୀ ତାଙ୍କ ଉପରେ ରୁଷ୍ଟ ହୁଅନ୍ତି ।

କବାଟ ଖୋଲିବା ଏବଂ ବନ୍ଦ କରିବା ସମୟରେ ଶବ୍ଦ ହେଉଥିଲେ ସେଥିରେ ତେଲ ଦିଅନ୍ତୁ । ମା ଲକ୍ଷ୍ମୀଙ୍କୁ ଏହା ପସନ୍ଦ ନୁହେଁ ।

ଯେଉଁ ଘରେ ସକାଳ ଓ ସଂଧ୍ୟାରେ ଦୀପ ଜଳେ ଲକ୍ଷ୍ମୀ ସେଠାରେ ପ୍ରସନ୍ନ ହୋଇଥାନ୍ତି ।

ଯଦି ନଳରୁ ଜଳ ଅନବରତ ବୋହୁଥାଏ ତେବେ ତାହାକୁ ଠିକ କରନ୍ତୁ ।

ଶନିବାର ଦିନ ଘରୁ ବୁଢିଆଣୀ ଜାଲ ସଫା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More