Only for Entertainment

ବ୍ରିଟେନ ଦମ୍ପତ୍ତି ବିବାହର କାର୍ଡରେ ରଖିଲେ ଏପରି ସର୍ତ୍ତ ଯାହା ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ !

Shutterstock
54

ବିବାହ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ସମସ୍ତ ଚେଷ୍ଟା କରିଥାନ୍ତି । ବିବାହରେ ଅତିଥିମାନେ ଆସନ୍ତି ମଜା କରନ୍ତି ଏବଂ ଖୁସିରେ ଖୁସିରେ ବିବାହକୁ ଉପଭୋଗ କରିଥାନ୍ତି । କିନ୍ତୁ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯଦି କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରୁହେ ତେବେ ଅନେକ ଏଥିରେ ସାମିଲ ହେବାକୁ ନିଶ୍ଚିତ ପଛଘୁଞ୍ଚା ଦେବେ । ବ୍ରିଟେନର ଜଣେ ଦମ୍ପତି ନିଜ ବିବାହ କାର୍ଡରେ ଅତିଥିମାନଙ୍କ ପାଇଁ ଏଭଳି କିଛି ସର୍ତ୍ତ ରଖି ଚର୍ଚ୍ଚାକୁ ଆସିଛନ୍ତି । ଆଉ ସୋସିଆଲ ମିଡିଆରେ ଏହି କାର୍ଡ ଭାଇରାଲ ହୋଇଛି ।

ବିବାହ କାର୍ଡରେ ଅତିଥିମାନଙ୍କ ପାଇଁ ରହିଛି ନିର୍ଦ୍ଦିଷ୍ଟ ସର୍ତ୍ତ । ସର୍ତ୍ତ ଅନୁସାରେ ଅତିଥିମାନେ ବାହାଘର ଉତ୍ସବରେ ଫେସବୁକ କିମ୍ବା ଟୁଇଟର ବ୍ୟବହାର କରିପାରିବେ ନାହିଁ । ବିବାହ ସ୍ଥଳକୁ ୩୦ ମିନିଟ ପୂର୍ବରୁ ପହଞ୍ଚିବାକୁ ଅନୁରୋଧ କରାଯାଇଥିଲା ବେଳେ କାର୍ଡରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ, ଅତିଥି ମାନେ ଧଳା, କ୍ରିମ ରଙ୍ଗର କୌଣସି ପୋଷାକ ପିନ୍ଧି ପାରିବେ ନାହିଁ । ମହିଳା ଅତିଥିଙ୍କୁ ଅଧିକ ମେକଅପ ନେବାକୁ ବାରଣ କରାଯାଇଥିଲା ବେଳେ ସେମାନଙ୍କୁ ଚୁଟି ଖୋଲା ନୁହେଁ, ବରଂ ଚୁଟିରେ ବେଣୀ ପକାଇ ଆସିବାକୁ କାର୍ଡରେ ଉଲ୍ଲେଖ ରହିଛି ।

ଆହୁରି ମଧ୍ୟ କୁହାଯାଇଛି ଯେ, ବିବାହ ଉତ୍ସବର କୌଣସି ଭିଡିଓ ସେମାନେ ନେଇପାରିବେ ନାହିଁ । ସବୁଠୁ ଚକିତ କଲାଭଳି ବିଷୟ ହେଉଛି ଏହି କାର୍ଡରେ କେତେ ରକମର ଗିଫ୍ଟ ଦେବ ତାହା ରହିଛି । ସୂଚନା ଅନୁସାରେ ୭୫ ଡଲାରରୁ କମ ମୂଲ୍ୟର ଉପହାର କେହି ଆଣିପାରିବେ ନାହିଁ ବୋଲି ଅବଗତ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More