Only for Entertainment

୮୫୦ଟଙ୍କାର ମୁଦି ବଦଳାଇଲା ମହିଳାଙ୍କ ଭାଗ୍ୟ !

32

ଜୀବନରେ ଭଲ ମୁହୂର୍ତ୍ତ କେବେ ବି ଆସିପାରେ । ଏବେ ବ୍ରିଟେନରେ ରହୁଥିବା ମହିଳାଙ୍କୁ ହିଁ ଦେଖିନିଅନ୍ତୁ । ଗୋଟେ ସମୟ ଥିଲା ସେ ଏକ ମୁଦି କିଣିଥିଲେ । ସେ ସମୟରେ ତାଙ୍କ ପାଖରେ ଏତେ ଟଙ୍କା ନଥିଲା ଯେତେବେଳେ ସେ ହୀରା ମୁଦି କିଣିବାକୁ ଚାହୁଥିଲେ । ତେଣୁ ସେ ଏକ ଚାଲାକି କରି ଅସଲି ହୀରା ମୁଦି ନ ଆଣି ୮୫୦ଟଙ୍କା ଦେଇ ନକଲି ହୀରା ମୁଦି ଆଣିଥିଲେ ।

୩୦ବର୍ଷ ପରେ ତାଙ୍କ ଖରାପ ସମୟକୁ ଭଲ କରି ଦେଇଛି ଏହି ମୁଦି । ଅସଲରେ ଏହି ମୁଦି କୌଣସି ଆର୍ଟିଫିସିଆଲ ହୀରା ମୁଦି ନୁହେଁ ବରଂ ଏହା ସତ ହୀରା ମୁଦି ଅଟେ । ଅସଲରେ ଅନେକ ଦିନ ହେବ ଗୋଟିଏ ମୁଦି ପିନ୍ଧିଥିବା କାରଣରୁ ସେ ଏହି ମୁଦିକୁ ବିକିବା ପାଇଁ ଚାହୁଁଥିଲେ । କିନ୍ତୁ ବଜାରରେ ଏହି ମୁଦି ବିକିଲା ବେଳକୁ ଜଣା ପଡିଥିଲା ଯେ ଏହା ହୀର ମୁଦି ଅଟେ । ଗହଣା ଦୋକାନୀ ମୁଦି ଦେଖି କହିଥିଲେ ଯେ ଏହା ୨୬.୨୭କ୍ୟାରେଟ ହୀରା । ଯାହା ଶୁଣି ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହାପରେ ଏହି ମୁଦିର ନିଲାମୀ ହୋଇଥିଲା ୬କୋଟିରେ , ସମସ୍ତ ଟ୍ୟାକ୍ସ କଟିବା ପରେ ମହିଳା ଜଣକ ୪.୫କୋଟି ଟଙ୍କା ପାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More