Only for Entertainment

କର୍କଟ ପ୍ରତିରୋଧକ ବ୍ରୋକଲି ।

nalamum
28

ବ୍ରୋକୋଲିରେ ଡାଇଲେଷ୍ଟ୍ରୋଲିଲ ମେଥିନ ରହିଛି। ଏହା ଶରୀରର ପ୍ରତିରୋଧକ ଶକ୍ତିକୁ ଶବଳ କରେ ଏବଂ ଏହାର ବାକ୍ଟେରିଆ, ଭାଇରସ ଓ କ୍ୟାନ୍ସର ବିରୋଧୀ ଗୁଣ ରହିଛି। ଏଥିରେ ଗ୍ଲୁକୋସିନୋଲେଟ ରହିଛି। ଯାହା ଆଇସୋଥିଓସିଆନେସ୍‌ରେ ପରିବର୍ତ୍ତନ ହୋଇଥାଏ। ଏହା ଏକ କ୍ୟାନ୍‌ସର ବିରୋଧୀ ରସାୟନ। ଗ୍ଲୁକୋରାଫାନିନ୍‌ ନାମକ ଅନ୍ୟ ଏକ ରସାୟନ ପଦାର୍ଥ ମଧ୍ୟ ଏଥିରେ ରହିଛି। ଏହା କେତେକ ପ୍ରକ୍ରିୟା ଦ୍ୱାରା ପରିବର୍ତ୍ତନ ହୋଇ ସଲଫୋରାଫାନ୍‌ ପ୍ରସ୍ତୁତ କଲେ। ଏହି ଦ୍ରବ୍ୟଟି ମଧ୍ୟ କ୍ୟାନ୍ସର ବିରୋଧୀ। ବ୍ରୋକୋଲିର ପତ୍ରକୁ ମଧ୍ୟ ଖିଆଯାଏ। ଏଥିରେ ବିଟାକାରୋଟିନ୍‌ ଥାଏ। ସେଥିପାଇଁ ବ୍ରୋକୋଲିକୁ ନିୟମିତ ଭାବରେ ଦୈନିକ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କଲେ ଏହା ବିଭିନ୍ନ ପ୍ରକାରର କ୍ୟାନ୍‌ସରକୁ ବିରୋଧ କରିବା ସହିତ ବିଶେଷତଃ ପ୍ରୋଷ୍ଟେଟ କ୍ୟାନ୍‌ସରର ପ୍ରତିରୋଧ କରିଥାଏ। ବୟଷ୍କ ବ୍ୟକ୍ତିଙ୍କ ପାଇଁ ଏହା ରକ୍ଷାକାରୀ ଔଷଧ ଭାବେ କାମ କରିଥାଏ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ବ୍ରୋକୋଲିକୁ ଫ୍ରିଜ୍‌ରେ ରଖିଲେ ଏଥିରୁ କିଛି ପରିମାଣରେ ଗ୍ଲୁକୋସିନୋଲେଟ ନଷ୍ଟ ହୋଇଥାଏ। ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ସିଝାଇଲେ ୭୭ ପ୍ରତିଶତ ଗ୍ଲୁକୋସିନୋଲେଟ ନଷ୍ଟ ହୋଇଥାଏ। ତେଣୁ ଏହାକୁ ଅଳ୍ପ ଶିଝାଇ ବା କଞ୍ଚା ସାଲାଡ଼୍‌ ରୂପେ ଖାଇବା ଅଧିକ ଲାଭଦାୟକ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More