Only for Entertainment

ବାଦାମୀ-ଆଖିଆ ଲୋକଙ୍କର ଜୀବନ ରହସ୍ୟ

youtube
0 36

ବାଦାମୀ ରଙ୍ଗର ଆଖି ଥିବା ଲୋକଙ୍କର କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଥିବାରୁ ସେମାନେ ଖୁବ୍‌ ସ୍ୱତନ୍ତ୍ର ଏବଂ ନିଆରା ବୋଲି ଗବେଷକମାନେ ଦୁଇ ତିନିଟି ଅଧ୍ୟୟନରୁ ଜାଣି ପାରିଛନ୍ତି।

ଅଧ୍ୟୟନ କହେ ଯେ ବାଦାମୀ ରଙ୍ଗର ଆଖି ଥିବା ବ୍ୟକ୍ତିମାନଙ୍କର ବିଶ୍ୱାସ ଶକ୍ତି ବଡ଼ ବିଚିତ୍ର। ଅର୍ଥାତ୍‌ ସେମାନେ ନିଜକୁ ଅତି ବିଶ୍ୱସ୍ତ ବୋଲି ଜାହିର କରି ପାରନ୍ତି। ଏହି ଶ୍ରେଣୀର ଲୋକମାନେ ଅନ୍ୟମାନଙ୍କ ଠାରେ ଭରସା ନିଜ ପ୍ରତି ଅଗାଧ ବିଶ୍ୱାସ ଜନ୍ମାଇବାରେ ସିଦ୍ଧହସ୍ତ। ସେହି କାରଣରୁ ସମାଜରେ ଅନେକ ଲୋକଙ୍କ ସହ ଏମାନଙ୍କର ନିବିଡ଼ ବନ୍ଧୁତ୍ୱ ହୋଇଥାଏ।

ବାଦାମୀ ରଙ୍ଗର ଆଖି ଥିବା ବ୍ୟକ୍ତିମାନେ ବଡ଼ ସୌର୍ୟ୍ୟଶାଳୀ ହେବା ସହ ଖୁବ୍‌ ଚଳଚଞ୍ଚଳ ସ୍ୱଭାବର ହୋଇ ଥାଆନ୍ତି। ଏହା ବ୍ୟତିରେକେ ସେମାନେ ସ୍ପର୍ଶକାତର ଏବଂ ଉତ୍ସାହୀ। ଅନ୍ୟମାନଙ୍କର ସମସ୍ୟା ଏବଂ ଦୁର୍ଦ୍ଦଶା ଶୁଣି ଏମାନେ ସହଜରେ କାନ୍ଦି ପକାନ୍ତି। ମନୋବିଜ୍ଞାନୀମାନଙ୍କ ମତରେ ଏମାନଙ୍କ ହୃଦୟ ଖୁବ୍‌ ମହାନ୍‌।

ବାଦାମୀ ରଙ୍ଗର ଆଖି ଥିବା ନାରୀମାନେ ଜୀବନସାଥୀଙ୍କ ପ୍ରତି ଅତି ଯତ୍ନଶୀଳ ଏବଂ ଉତ୍ସର୍ଗୀକୃତ। ପରିବାର ପାଇଁ ଏମାନେ ସବୁକିଛି କରିବାକୁ ଆଗ୍ରହୀ। ମାତ୍ର ଲୋକେ ସେମାନଙ୍କ ଦୟାଶୀଳତାର ଫାଇଦା ଉଠାଇବାର ସମ୍ଭାବନା ଥିବାରୁ ସେ ଦିଗରେ ସେମାନେ କିଞ୍ଚିତ୍‌ ସତର୍କ ରହିବା ଉଚିତ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More