Only for Entertainment

ଦୁନିଆର ପ୍ରସିଦ୍ଧ ବିଟିଏସ ବ୍ୟାଣ୍ଡ ୟୁନିସେଫରେ ଭାଷଣ ଦେଇ ରଚିଲେ ଇତିହାସ !

tweeter
0 49

ସାରା ଦୁନିଆରେ ନିଜର ଶାନଦାର ଗୀତ ପାଇଁ ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କ ହୃଦୟ ଜିତିଥିବା ଫେମସ କୋରିଅନ ବ୍ୟାଣ୍ଡ ବିଟିଏସର ପ୍ରଶଂସକ ପାଇଁ ଖୁସିଖବର । ସାତଜଣ କୋରିଅନ ବାଳକଙ୍କ ତରଫରୁ ୨୦୧୩ରେ ପ୍ରସ୍ତୁତ ହୋଇଥିବା ଏହି ବ୍ୟାଣ୍ଡ କିଛି ଦିନ ତଳେ ୟୁନିସେଫରେ ଭାଷଣ ଦେଇଛନ୍ତି । ଏହା ପ୍ରଥମ ମଉକା ଯେବେକି ଏକ ବ୍ୟାଣ୍ଡ ଗୃପ ରାଷ୍ଟ୍ରର କୌଣସି ଏକ ସଂସ୍ଥାରେ ଭାଷଣ ଦେବା ।


ଅସଲରେ ବିଟିଏସ ବ୍ୟାଣ୍ଡ ୨୦୧୭ରୁ କୋରିଅନ କମିଟି ଏବଂ ୟୁନିସେଫ ପକ୍ଷରୁ ଯୁବା ଏବଂ ଛୁଆମାନଙ୍କ ଉପରେ ହେଉଥିବା ହିଂସା ବିରୁଦ୍ଧରେ ଜାଗରୁକତା ଅଭିଯାନ ଚଳାଇଥିଲେ । ଏହି ବିଷୟକୁ ନେଇ ବ୍ୟାଣ୍ଡ ଭାଷଣ ଦେଇଛନ୍ତି । ଏହି ବ୍ୟାଣ୍ଡ ଗୃପ ଯୁବାଙ୍କ ମଧ୍ୟରେ ପ୍ରେମର ସନ୍ଦେଶ ଦେବା ଲାଗି ୟୁନିସେଫ ସହ ମିଶି ‘ଲଭ ମାଇ ସେଲ୍ଫ’ଗୀତ ମଧ୍ୟ ପ୍ରସ୍ତୁତ କରିଥିଲେ, ଯାହା ଯୁବା ମାନଙ୍କୁ ପ୍ରେମ ବାଂଟିବାର ପ୍ରେରଣା ଦେଖାଇବା , ଏହି ବିଷୟରେ ସେ ଏହି ଭାଷଣ ଜରିଆରେ କହିଛନ୍ତି । ଏହାସହ ତାଙ୍କର ଟିମ ସହ ଥିବା ଯୋଗଦାନ ବିଷୟରେ ମଧ୍ୟ କହିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ବିଟିଏସ ୫ବର୍ଷ ହେବ ସାରା ଦେଶରେ ପ୍ରସିଦ୍ଧ ଅଟେ । ୭ଜଣ ବାଳକ ମିଶି ଏହି ଗୃପ , ଯାହାକୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରନ୍ତି । ଏହି ଗୃପ ବିଶ୍ନରେ ଜୋକି ବୈଙ୍ଗନ ବୟେଜ, ବୁଲେଟପୃଫ ବୟ ସ୍କାଉଟ୍ସ, ବିୟୋଣ୍ଡ ଦ ସିନ୍ସ ଏବଂ ବିଂଟାନ ସୋନିଓଣ୍ଡନ ନାମରେ ମଧ୍ୟ ପରିଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More