Only for Entertainment

ପୁଣିଥରେ ପରଦାରେ କମାଲ କରିବାକୁ ଆସୁଛନ୍ତି ଏହି ଯୋଡି ।

you tube
28

ରଜରେ ରିଲିଜ ହୋଇଥିବା ଫିଲ୍ମ ‘ଫୋର ଇଡିଅଟସ’ ରେ ନଜର ଆସିଥିଲେ ଓଲିଉଡ ନାୟିକା ପୁନମ ମିଶ୍ର । ଏଥିରେ ତାଙ୍କୁ ଆକାଶଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ । ଆକାଶଙ୍କ ପରେ ଏବେ ସେ ତାଙ୍କର ଜଣେ ପୁରୁଣା ଯୋଡିଦାରଙ୍କ ସହ ଏକ ଫିଲ୍ମରେ ନଜର ଆସିବେ ।

ଓଲିଉଡର ଏହି ଜଣାଶୁଣା ଯୋଡି ହେଲେ ବୁଲୁ-ପୁନମ । ପୁନମ ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ସିନେମା ‘ବାଇଶି ପାହାଚେ ଖେଳିବ ମୀନ’ ଜରିଆରେ ସିନେ ଜଗତକୁ ଆସିଥିଲେ । ଏଥିରେ ତାଙ୍କର ନାୟକ ଥିଲେ ନବାଗତ ଲଳିତ । ତା’ପରେ ତାଙ୍କୁ ଦେଖିବାକୁ ମିଳିଥିଲା ହିମାଂଶୁ ପରିଜାଙ୍କ ନିର୍ଦ୍ଦେଶିତ ସିନେମା ‘ଲଭମାଷ୍ଟର’ରେ । ଏଥିରେ ତାଙ୍କୁ ପ୍ରଥମ ଥରଲାଗି ବାବୁସାନଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା ।

ସେହିପରି ବୁଲୁଙ୍କ ପ୍ରଥମ ସିନେମା ହେଲା ‘ମା ମଙ୍ଗଳା’ । ତା’ପରେ ତାଙ୍କୁ ଆଉ କେତୋଟି ଛବିରେ ବି ଦେଖିବାକୁ ମିଳିଛି । ନାୟକ ବୁଲୁ ପୁନମଙ୍କ ସହ ରୋମାନ୍ସ କରିଥିଲେ ଫିଲ୍ମ ‘ରକଷ୍ଟାର’ରେ । ଏବେ ଆପଣମାନେ ଭାବୁ ଥାଇପାରନ୍ତି ଯେ ଏମାନଙ୍କ ମଧ୍ୟରୁ କାହା ସହ ପୁଣି ରୋମାନ୍ସ କରୁଛନ୍ତି ପୁନମ ।

ହଁ ସେହି ପୁରୁଣା ପାର୍ଟନର ଜଣକ ହେଲେ ବୁଲୁ ଯାହାଙ୍କ ସହ ପୁନମ ପୁଣି ଥରେ ରୋମାନ୍ସ କରୁଛନ୍ତି । ପୁନମ-ବୁଲୁଙ୍କ ଯୋଡି ପୁଣି ଥରେ ନଜର ଆସିବେ ମନୋରଞ୍ଜନ ପାଲଙ୍କ ନିର୍ଦ୍ଦେଶିତ ସିନେମା ‘ଫେସବୁକ’ରେ । ପ୍ରଥମ ଥର ଭଳି ଦ୍ୱିତୀୟ ଥର ଏହି ଯୋଡି ସଫଳ ହେଉଛନ୍ତି କି ନା ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More