Only for Entertainment

‘ନୋଟବୁକ’ ତୃତୀୟ ଗୀତ ‘ବୁମରୋ’ ରିଲିଜ, ହ୍ରିତିକ ରୋଶନଙ୍କ ସିଗ୍ନେଚର ଷ୍ଟେପ କରୁଥିବାର ନଜର ଆସିଲେ ଜହିର

DNA India
34

ପ୍ରନୂତନ ଏବଂ ଜହିର ଇକବାଲଙ୍କ ଯୋଡି ଖୁବ ଶୀଘ୍ର ସଲମାନ ଖାନଙ୍କ ଫିଲ୍ମ ‘ନୋଟବୁକ’ରେ ଦେଖିବାକୁ ମିଳିବ । ଏହି ଫିଲ୍ମର ତୃତୀୟ ଗୀତ ନୋଟବୁକ ‘ବୁମରୋ’ ରିଲିଜ ହୋଇସାରିଛି । ସଲମାନ ଖାନ ନିଜେ ଏହି ଗୀତକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ‘ବୁମରୋ’ ପୂର୍ବରୁ ଫିଲ୍ମର ପ୍ରତମ ଗୀତ ‘ନହିଁ ଲଗଦା’ ଏବଂ ‘ଲୈଲା’ ରିଲିଜ କରାଯାଇଥିଲା । ଏହି ଦୁଇଟି ଗୀତ ଦର୍ଶକଙ୍କୁ ଖବ ପସନ୍ଦ ଆସିଥିଲା । ଏବେ ଫିଲ୍ମର ‘ବୁମରୋ’ ଗୀତ ରିଲିଜ କରାଯାଇଛି ଏବଂ ଏହି ଗୀତକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

ଏହି ଗୀତ ବିଷୟରେ କହିବାକୁ ଗଲେ ଏହା ହ୍ରିତିକ ରୋଶନଙ୍କ ଫିଲ୍ମ ମିଶନ ମଙ୍ଗଳ ‘ବୁମରୋ’ର ନ୍ୟୁ ଭର୍ସନ । ଏହି ଗୀତକୁ ବିଶାଲ ମିଶ୍ର କମ୍ପୋଜ କରିଛନ୍ତି । କମାଲ ଖାନ ଏହାକୁ ଗାଇଛନ୍ତି । ଗୀତରେ ଜହିର ଇକବାଲ ଛୁଆମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି । ଏହା ସହିତ ହ୍ରିତିକ ରୋଶନଙ୍କ ସିଗ୍ନେଚର ଷ୍ଟେପ କରୁଥିବାର ନଜର ଆସିଛନ୍ତି ।

କହିରଖୁଛୁ ଯେ, ଏହି ଫିଲ୍ମ ଜରିଆରେ ପ୍ରନୂତନ ଏବଂ ଜହିର ଇକବାଲ ବଲିଉଡ ଡେବ୍ୟୁ କରୁଛନ୍ତି । ଫିଲ୍ମ ୨୯ ମାର୍ଚ୍ଚରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More