Only for Entertainment

୧୦ ବର୍ଷ ପରେ ବଂଟିଙ୍କ ସହିତ ଫେରିବେ ବବଲୀ,ରିକ୍ରିଏଟ ହେବ କଜରାରେ ।

jagran.com
0 35

ଅଭିଷେକ ବଚ୍ଚନ ଦୁଇ ବର୍ଷ ପରେ କମବ୍ୟାକ କରୁଛନ୍ତି । ଖୁବ ଶୀଘ୍ର ଫିଲ୍ମ ମନମର୍ଜିଅାଁରେ ସେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହିତ ତାପସୀ ପନ୍ନୁ ଏବଂ ବିକ୍କି କୌଶଲ ନଜର ଆସିବେ । ଏହାପରେ ଅଭିଷେକ ବଚ୍ଚନ ଅନୁରାଗ କଶ୍ୟପଙ୍କ ଗୁଲାବ ଜାମୁନରେ ନଜର ଆସିବେ । ସେଥିରେ ତାଙ୍କ ସହିତ ଐଶରାୟ ରୟ ଏବଂ ଅମିତାଭ ବଚ୍ଚନ ନଜର ଆସିବେ ।

ଖବର ଅନୁସାରେ ଜୁନିଅର ବଚ୍ଚନଙ୍କ ଯୋଡ଼ି ପୁଣିଥରେ ରାନୀ ମୁଖାର୍ଜୀଙ୍କ ସହିତ ନଜର ଆସିପାରେ । ଏହି ଯୋଡ଼ି ଫିଲ୍ମ ବଂଟି ବବଲୀରେ ନଜର ଆସିଥିଲା । ତେବେ ଏହି ଯୋଡ଼ିଙ୍କ ପ୍ରୋଜେକ୍ଟ ବିଷୟରେ ଅଧିକ କିଛି ସୂଚନା ମିଳିନାହିଁ । ଯଦି ଏହିଭଳି ହେଉଛି ତେବେ ଅଭି ଏବଂ ରାନୀ ୧୦ ବର୍ଷ ପରେ ପରଦାରେ ନଜର ଆସିବେ । ଦୁଇଜଣ ୟୁବା,ହମ ତୁମ,ବସ ଇତନା ସା ଖ୍ୱାବ ହୈ,କଭି ଅଲବିଦା ନା କେହନା,ଲଗା ଚୁନରୀ ମେଁ ଦାଗ ଭଳି ଫିଲ୍ମରେ ସ୍କ୍ରିନ ସେୟାର କରିଛନ୍ତି । ଦୁଇ ଜଣଙ୍କ ଯୋଡ଼ି ହିଟ ମଧ୍ୟ ହୋଇଛି ।

ବଂଟି ୟଶରାଜ ବ୍ୟାନରର ଏକ ସୁପରହିଟ ଫିଲ୍ମ । ଏହି ଫିଲ୍ମର ଗୀତ କଜରାରେ ଲମ୍ବା ସମୟ ଧରି ଛାଇ ରହିଥିଲା । ଏହି ଗୀତରେ ଅମିତାଭ,ଅଭିଷେକ ଏବଂ ଐଶ୍ୱରୀୟାଙ୍କ ଯୋଡ଼ି ଏହାକୁ ଆଇକୋନିକ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More