Only for Entertainment

ବସରେ ମହିଳାଙ୍କୁ ନିସ୍ତୁକ ଛେଚିଲା ଡ୍ରାଇଭର, ଲୋକମାନେ ଛିଡା ହୋଇ ଦେଖିଲେ !

panjabkeshri
0 33

ଋାଜସ୍ଥାନର ରାଜଧାନୀ ଜୟପୁରରେ ଏକ ବସ ଡାଇଭର ଗୁଣ୍ଡାଗିରି ସାମ୍ନାକୁ ଆସିଛି । ଯିଏ କି ଦିନ ଟାରେ ମହିଳାଙ୍କୁ ମାରପିଟ କରିଛନ୍ତି । କେବଳ ସେତିକି ନୁହେଁ ପଶୁଙ୍କ ଭଳି ପିଟି ରାସ୍ତାକୁ ଫୋପାଡି ଦେଇଛନ୍ତି । ଡ୍ରାଇଭର ଦ୍ୱାରା ମହିଳାଙ୍କୁ ପିଟିଥିବାର ଦୃଶ୍ୟ ସିସିଟିଭିରେ କ୍ୟାପଚର ହୋଇଛି ।

ଏହି ଘଟଣା ରାମବାଗ ସର୍କଲ ପାଖ ଏକ ଲୋ ଫ୍ଲୋର ବସର ଥିବା ଶୁଣିବାକୁ ମିଳିଛି । ଅସଲରେ ଯାତ୍ରୀମାନଙ୍କ କହିବା ମୁତାବକ ମହିଳା ଜଣକ ପର୍ସ ଚୋରୀ କରିବା ଉଦ୍ଦେଶ୍ୟରେ ବସରେ ଚଢିଥିଲେ । ଡ୍ରାଇଭର ଏହା ଜାଣି ପାରିବାରୁ ମହିଳାଙ୍କୁ ବାଡେଇବା ଆରମ୍ଭ କରିଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଯେ ଡ୍ରାଇଭର ଜଣକ ଗାଳି ଦେବା ସହ ମହିଳାଙ୍କୁ ନିସ୍ତୁକ ମାଡ ମାରୁଛି ।

ମାଡ ମାରିବା ପରେ ଡାଇଭର ମହିଳାଙ୍କୁ ବସରୁ ଧକ୍କା ଦେଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଲୋକମାନେ ଡ୍ରାଇଭରକୁ କେହି ରୋକିବାକୁ ପ୍ରୟାସ କରି ନାହାନ୍ତି । ମହିଳାଙ୍କୁ ମାରପିଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମାତ୍ର ଏବେ ପର୍ଯ୍ୟନ୍ତ ମହିଳାଙ୍କ ତରଫରୁ କୌଣସି ମାମଲା ଥାନାରେ ରୁଜୁ କରାଯାଇ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More