Only for Entertainment

ଭାରତୀୟ ହୋଇଥିବାରୁ ବଷ୍ଟାର୍ଡ଼ ପକ୍ଷୀକୁ ମଧ୍ୟ ସୀମା ନିକଟରେ ମାରିଦିଅନ୍ତି ପାକିସ୍ତାନୀ ।

Dawn
78

ଯଦି ଆପଣ ଭାବୁଛନ୍ତି ଆମ ପଡ଼ୋଶୀ କେବଳ ଆମ ଭାରତୀୟ ସୈନ୍ୟ ଏବଂ ନାଗରିକଙ୍କୁ ମାରି ଶାନ୍ତି ପାଇଥାନ୍ତି, ତେବେ ତାହା ନୁହେଁ ଭାରତର ବଷ୍ଟାର୍ଡ଼ ପକ୍ଷୀର ଅବସ୍ଥା ମଧ୍ୟ ଠିକ ସେହିଭଳି । ସେ ମଧ୍ୟ ପାକିସ୍ତାନୀଙ୍କ ଶୀକାର ହୁଏ, କାରଣ ହେଉଛି ସେ ମଧ୍ୟ ଆମ ଭଳି ଭାରତୀୟ ।

ଏହି ବଷ୍ଟାର୍ଡ଼ ପକ୍ଷୀର ଆଂଚଳିକ ନାମ ହେଉଛି ଗୋଡାୱାନ ବଷ୍ଟାର୍ଡ଼ । ଏହା ଚାରିସମେଟିକ ପ୍ରଜାତିର । ଯାହା କେବଳ ଭାରତର ଥର ମରୁଭୂମିରେ ଦେଖିବାକୁ ମିଳିଥାଏ । ତେବେ ଏମାନେ କମ ଜନ ସମୂହ ଥିବା ସେହି ଅଂଚଳରେ ନଜର ଆସିଥାନ୍ତି । ସବୁଠାରୁ ଦୁଃଖଦାୟକ କଥା ହେଉଛି ଏହି ପକ୍ଷୀମାନେ ଉଡ଼ି ଉଡ଼ି ପାକସ୍ତାନ ସୀମାକୁ ଅତିକ୍ରମ କରିଦିଅନ୍ତି । କାରଣ ହେଉଛି ସେମାନେ ମଣିଷ ନୁହଁନ୍ତି ଯିଏ ଜାଣିପାରିବେ ଆମେ ଭାରତୀୟ ଏବଂ ତାହା ଆମର ସୀମା ଯାହାକୁ ଆମେ ଅତିକ୍ରମ କରିବା ଅନୁଚିତ । ସେମାନେଯେ ନିରୀହ ଜୀବ ଏହା ସମସ୍ତଙ୍କୁ ବୁଝିବାକୁ ପଡ଼ିବ । ସେମାନେ ମଧ୍ୟ ସୀମା ବାହାରର ଅଂଚଳକୁ ନିଜର ଭାବିନିଅନ୍ତି । ଜାଣନଥାନ୍ତି ତାହା ମନୁଷ୍ୟକୃତ ସୀମା । ଗବେଷଣା ମୁତାବକ ୪ ବର୍ଷ ମଧ୍ୟରେ ୪୯ ପକ୍ଷୀଙ୍କୁ ଏହିଭଳି ଶୀକାର କରାଯାଇଛି ।

ଆମ ପଡ଼ୋଶୀ ଦେଶ ପାକିସ୍ତାନ କେବଳଯେ ମଣିଷ ନୁହେଁ ବରଂ ଏହି ନିରୀହ ପକ୍ଷୀଙ୍କୁ ମଧ୍ୟ ମାରିଦିଅନ୍ତି । ତେବେ ତାହାଯେ ମାଂସ ବା ଖେଳ ପାଇଁ ନୁହେଁ ବରଂ କାରଣ ହେଉଛି ସେମାନେ ଭାରତୀୟ ପକ୍ଷୀ । ତେବେ ଭାରତୀୟ ହୋଇଥିବାରୁ ଜୀବନକୁ ବଳୀଦାନ ଦେଉଛନ୍ତି ଏହି ବଷ୍ଟାର୍ଡ଼ ପକ୍ଷୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More