Only for Entertainment

ସଂଧ୍ୟାରେ ପ୍ରସ୍ତୁତ କରନ୍ତୁ ବନ୍ଧାକୋବି ବରା

Vahrehvah
0 51

ସାମଗ୍ରୀ-

ବୁଟ ଡାଲି (ଭିଜା ଯାଇଥିବା)- ୧୭୦ ଗ୍ରାମ
ପାଣି- ୫୦୦ ମିଲି
ବନ୍ଧାକୋବି- ୨୩୦ ଗ୍ରାମ (ସରୁ କଟା)
ଅଦା- ରସୁଣ ପେଷ୍ଟ- ୧ ଚାମଚ
କଂଚା ଲଙ୍କା- ୧ ଚାମଚ
ଧନିଆ ପତ୍ର- ୮ ଗ୍ରାମ
ଗରମ ମସଲା- ୧ ଚାମଚ
ୠଙ୍କା ଗୁଣ୍ଡ- ଅଦା ଚାମଚ
ଚାଉଳ ଚୁନା- ୨ ଚାମଚ
ଲୁଣ- ସ୍ୱାଦ ଅନୁସାରେ
ତେଲ – ଛାଣିବା ପାଇଁ

ପ୍ରଣାଳୀ-
ପ୍ରଥମେ ଭିଜା ଯାଇଥିବା ବୁଟ ଡାଲିରୁ ଅଳ୍ପ କିଛି ବାହାର କରି ବାକି ଡାଲିକୁ ଭଲଭାବେ ବ୍ଲେଣ୍ଡ କରିଦିଅନ୍ତୁ । ଏହପରେ ଏକ ବାଉଲ ନେଇ ସମସ୍ତ ସାମଗ୍ରୀକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ହାତରେ ସାମାନ୍ୟ ତେଲ ଲଗାନ୍ତୁ । ଏବେ ମିଶ୍ରଣରୁ ଅଳ୍ପ କିଛି ନେଇ ଚେପଟା କରି ଗୋଲ କରନ୍ତୁ । ଏହାପରେ ଏକ କଢେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେବାପରେ ଗୋଲ ଆକାର କରିଥିବା ମିଶ୍ରଣକୁ ପକାଇ ଗୋଲଡେନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଆପଣଙ୍କର ବନ୍ଧାକେବି ବରା ପ୍ରସ୍ତୁତ ହୋଇଗଲା । ଏବେ କେଚଅପ ସହିତ ଗରମ ଗରମ ପରଶନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More