Only for Entertainment

ଆମ୍ବ ଖାଇବା ଦ୍ୱାରା ଓଜନ ବଢିଥାଏ କି? ତେବେ ଜାଣନ୍ତୁ ଏହାକୁ ଖାଇବାର ଉଚିତ ପ୍ରକ୍ରିୟା ।

radio imagine
0 59

ଖରାଦିନ ଆସିବା ମାତ୍ରେ ଛୁଟି, ଅଳସ ଦ୍ୱିପ୍ରହର ଏବଂ ଆମ୍ବର ମିଠା ବାସ୍ନା ତାଜା ହୋଇ ଉଠେ, ମାତ୍ର ଆମ୍ବରେ ଥିବା ମିଠା କାରଣରୁ ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଥାଏ । ଏହି କାରଣରୁ ଆମ୍ବ ଖାଉଥିବା ବ୍ୟକ୍ତିଙ୍କ ମନରେ ଏକ ପ୍ରଶ୍ନ ଉଂକି ମାରେ କ’ଣ ସତରେ ଆମ୍ବ ଖାଇବା ଦ୍ୱାରା ଓଜନ ବୃଦ୍ଧି ପାଇଥାଏ ?

ଜାଣନ୍ତୁ ଆମ୍ବ ଖାଇବାଦ୍ୱାରା ଫାଇଦା

ସିନିଅର ନ୍ୟୁଟ୍ରିସନିଷ୍ଟ ଏବଂ ହେଲ୍ଥ ଏକ୍ସପର୍ଟଙ୍କ ମତରେ ଆମ୍ବ ଖାଇବା ପ୍ରକ୍ରିୟା ଏବଂ ଆମ୍ବ ଖାଇବା ସମୟରେ ମନେ ରଖିବା ପାଇଁ କିଛି କଥା ଏଠାରେ କହିଛନ୍ତି । ଆମ୍ବ ଏକ ସମ୍ପୂର୍ଣ୍ଣ ଆହାର ନୁହେଁ ମାତ୍ର ଭିଟାମିନ ଏ, ଆଇରନ, କପର ଏବଂ ପୋଟାସିୟମ ଭଳି ଅନେକ ପୋଷକ ତତ୍ତ୍ୱ ଭରି ରହିଛି ଏଥିରେ ।

ଖରାଦିନେ ଲାଭବାନ ଅଟେ କଂଚା ଆମ୍ବ

ଆମ୍ବ ଖାଇବା ଦ୍ୱାରା ଶକ୍ତି ମିଳିଥାଏ । ଏହାସହ ଶରୀରରେ ପ୍ରଚୁର ମାତ୍ରାରେ ଚିନି ଉପଲବ୍ଧ କରାଇଥାଏ ।

ଏଥିରେ ଭିଟାମିନ ସି ପ୍ରଚୁର ମାତ୍ରାରେ ଭରି ରହିଥାଏ , ଯାହା ଶରୀରରେ ପ୍ରତିରୋଧକ କ୍ଷମତା ବଢାଇଥାଏ । ଏଥିରେ ଭରପୁର ମାତ୍ରାରେ ମଧ୍ୟ ଫାଇବର ମିଳିଥାଏ ।

ମାତ୍ର ଅଧିକ ଆମ୍ବ ଖାଇବା ଦ୍ୱାରା ଶରୀରରେ କ୍ଷତି ହୋଇଥାଏ ।

ଏକ ମଧ୍ୟମ ଆକାର ଆମ୍ବରେ ହାରାହାରି ୧୫୦ଭାଗ କ୍ୟାଲୋରୀ ରହିଥାଏ । ଆବଶ୍ୟକ ଠାରୁ ଅଧିକ କ୍ୟାଲୋରୀ ବଢାଇଥାଏ ଓଜନ ।

ଖାଦ୍ୟ ଖାଇବା ପରେ ଆମ୍ବ ଖାଇବା ଦ୍ୱାରା କ୍ୟାଲୋରୀ ବଢିଥାଏ । ତେଣୁ ଖାଦ୍ୟ ଖାଇବା ସମୟରେ ଆମ୍ବ ଖାଇବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More