Only for Entertainment

କେଦାରନାଥ ଉପରୁ ବ୍ୟାନ ହଟାଇଲେ ସରକାର, ଜାଣନ୍ତୁ କିପରି ।

aajtak
27

ଫିଲ୍ମ କେଦାରନାଥର ନିର୍ଦ୍ଦେଶକ ଅଭିଷେକ କପୁର ଉତ୍ତରାଖଣ୍ଡ ସରକାରଙ୍କୁ ଫିଲ୍ମ କେଦାରନାଥ ଉପରୁ ବ୍ୟାନ ଉଠାଇବା ପାଇଁ ଅପିଲ କରିଥିଲେ । ଯାହାର ସୂଚନା ନିଜେ ଅଭିଷେକ କପୁର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଦେଇଛନ୍ତି । ଫିଲ୍ମଟି ଲୋକଙ୍କ ମଧ୍ୟରେ ଶାନ୍ତି ଏବଂ ସଦଭାବ ଆଣିବାର ଏକ ପ୍ରୟାସ ବୋଲି କହିଛନ୍ତି ଅଭିଷେକ କପୁର ।

ରାଜ୍ୟ ସରକାର ଫିଲ୍ମ ଉପରେ କୌଣସି ଆଧିକାରିକ ପ୍ରତିବନ୍ଧକ ଲଗାଇ ନାହାଁନ୍ତ,କିନ୍ତୁ ରାଜ୍ୟର ପ୍ରତ୍ୟେକ ଜିଲ୍ଲାଧିକାରୀଙ୍କୁ ଫିଲ୍ମ ବିବାଦୀୟ ସମ୍ବଦ୍ଧିତ ଚିଠି ଲେଖିଥିଲେ । ଏହି ନିର୍ଣ୍ଣୟ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଆଯାଇଥିଲା । ସରକାର ଏହି ଦିାୟୀତ୍ୱ ପ୍ରଶାସନ ଉପରେ ଛାଡ଼ି ଦେଇଥିଲେଯେ ଫିଲ୍ମ ରିଲିଜ କରିବା ଉଚିତ ନା ଅନୁଚିତ । ଏହାପରେ ଡେରାଡୁନ,ହରିଦ୍ୱାର,ପୌଡ଼ି,ଟିହରୀ,ନୈନିତାଲ,ଅଲମୋରା ଏବଂ ଅଘମସିଂନଗରରେ ବ୍ୟାନ ଲଗା ଯାଇଥିଲା । ଗୁରୁବାରକୁ ଉଚ୍ଚ ନ୍ୟାୟାଳୟ ଫିଲ୍ମ ଉପରେ କୌଣସି ପ୍ରତିବନ୍ଧ ନ ଲଗାଇବା ପାଇଁ କହିଥିଲେ ଏବଂ ଜିଲ୍ଲା ଅଧିକାରୀଙ୍କ ସହିତ ସଂପର୍କ କରିବାକୁ ମଧ୍ୟ କହିଥିଲେ ।

କହିରଖୁଛୁଯେ ଫିଲ୍ମ ବକ୍ସ ଅଫିସରେ ଖୁବ ଭଲ ପ୍ରଦର୍ଶନ କରୁଛି,ଯାହା ଦୁଇ ଦିନରେ ୧୭ କୋଟିରୁ ଅଧିକ ଇନକମ କରିସାରିଛି । ତେବେ ଫିଲ୍ମ ଯୋଡ଼ି ହୋଇ ରହିବାର ବାର୍ତ୍ତା ଦେଉଥିବା କହିଛନ୍ତି କେଦାରନାଥ ଫେମ ସାରା ଅଲି ଖାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More