Only for Entertainment

ବଞ୍ଚିବାର ନୂଆ ଶୈଳୀ ଶିଖାଇଲା କର୍କଟ ପୀଡ଼ିତ ଶିଶୁ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡିଓ

you tube
33

ପ୍ରତିବର୍ଷ କର୍କଟ ରୋଗରେ ପୀଡ଼ିତ ହୋଇ ଦେଶରେ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ଏହି ରୋଗ ପାଇଁ ଏ ପର୍ଯ୍ୟନ୍ତ କୌଣସି ସଫଳ ପ୍ରତିକାର ବାହାରି ନ ଥିବାରୁ ବହୁ କ୍ଷେତ୍ରରେଏହି ରୋଗର ଅନ୍ତ ମୃତ୍ୟୁ ହିଁ ହେଉଛି । ବଲିଉଡ୍‌ର ଅନେକ କଳାକାର ଏହି କର୍କଟ ରୋଗରେ ପୀଡ଼ିତ ହୋଇ ବଞ୍ଚିବାର ସଂଘର୍ଷ ଜାରି ରଖିଥିବା ବେଳେ ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ କର୍କଟ ରୋଗରେ ପୀଡ଼ିତ ଥିବା ଶିଶୁକୁ ନାଚୁଥିବାର ଦେଖାଯାଇଛି । ଏତେ ଗମ୍ଭୀର ରୋଗରେ ପୀଡ଼ିତ ଥାଇ କେମିତି ମନ ଖୋଲି ବଞ୍ଚିବାକୁ ହୁଏ,ତାହା ଶିଶୁଟି ସମସ୍ତଙ୍କୁ ଶିଖାଇଛି ।

ଶିଶୁଟିର ନାମ ସୋଲୋମୋନୋ ହଉଫାନୋ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ ଡ଼େମୋପ୍ଲାଷ୍ଟିକ୍‌ ସ୍ମଲ ରାଉଣ୍ଡ ସେଲ୍‌ ଟ୍ୟୁମର ହୋଇଥିବା ଜଣାପଡ଼ିଛି । ଏବେ ସେ ନିଜର ସେହି ରୋଗ ପାଇଁ କେମୋ ନେଉଥିବା ଜଣା ପଡ଼ିଛି । ତେବେ ଏତେ କଷ୍ଟ ଦେଇ ଗତି କରୁଥିଲେ ମଧ୍ୟ ସୋଲୋମୋନୋ ବଞ୍ଚିବା ଭୁଲି ନାହାନ୍ତି । ହସ୍ପିଟାଲରେ ଥାଇ ମଧ୍ୟ ସେ ନିଜର ଆଦର୍ଶ ମାଇକେଲ ଜାକ୍‌ସନ୍‌ଙ୍କ ଗୀତରେ ନାଚୁଥିବାର ଦେଖାଯାଇଛି । ସ୍ପାଇଡ଼ରମ୍ୟାନ୍‌ ପୋଷାକ ପିନ୍ଧି ସୋଲୋମୋନୋ ମାଇକେଲ୍‌ ଜାକ୍‌ସନ୍‌ଙ୍କ ଗୀତରେ ଡ଼ାକ୍ତରଖାନାରେ ବେଡ୍‌ରେ ନାଚୁଥିବାର ଦେଖାଯାଇଛି । ତାଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଭିଡିଓଟି ସମସ୍ତଙ୍କ ଆଖିରେ ଲୁହ ଭରି ଦେବା ସହ ଜୀବନକୁ କେମିତି ବଞ୍ଚିବାକୁ ହୁଏ ତାହା ଶିଖାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More