Only for Entertainment

କାନ୍ସ ୨୦୧୮: ପ୍ରଥମ ଭାରତୀୟ ଡିଜାଇନର ଭାବେ କାନ୍ସରେ ନଜର ଆସିବେ ମନୀଷ ମଲହୋତ୍ରା

Beauty
0 44

ସୋନମ କପୁର, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କଙ୍ଗନା ରଣାୱତଙ୍କ ଠାରୁ ଆରମ୍ଭ କରି ଦୀପିକା ପାଦୁକୋନ ପର୍ଯ୍ୟନ୍ତ ସେଲିବ୍ରିଟି ୮-୧୯ ମଇ ମଧ୍ୟରେ ଆୟୋଜିତ ହେଉଥିବା ୭୧ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନିଜର ଜଲୱା ଦେଖାଇବେ । ଏହି ଅଭିନେତ୍ରୀମାନଙ୍କ ବ୍ୟତିତ ଏଥର କାନ୍ସରେ ଭାରତର ଟପ ମୋଷ୍ଟ ସେଲିବ୍ରିଟି ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କ ଏଣ୍ଟ୍ରି କରିବେ ।

Manish-Malhotra-4

ସେଲିବ୍ରିଟି ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କୁ କାନ୍ସରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ । ସେଠାରେ ସେ ଆନ୍ତଃରାଷ୍ଟ୍ରୀୟ ମଡେଲ ବେଲା ହଦୀଦଙ୍କୁ ଏକ୍ସକ୍ଲୁସିଭ ଆସେସୋରି ଭେଟି ଦେବେ । ପ୍ରିମିୟମ ଆଇସକ୍ରିମ ବ୍ରାଣ୍ଡ ଶନିବାର ସୂଚନା ଦେଇଥିଲେ ଯେ ମନୀଷ ମଲହୋତ୍ରା ପ୍ରଥମଥର ପାଇଁ କାନ୍ସରେ ନଜର ଆସିବେ । ଏହାକୁ ନେଇ ମନୀଷ କହିଛନ୍ତି ଯେ, ‘ଏପରି ବଡ ମଂଚରେ ପ୍ରଥମ ଭାରତୀୟ ଡିଜାଇନର ରୂପରେ ପଦାର୍ପଣ କରିବାକୁ ନେଇ ଖୁବ ଉତ୍ସହିତ ଅଛି ।’

ଏହା ସହିତ ସେ କହିଥିଲେ ଗ୍ଲୋବାଲ ଷ୍ଟାଇଲ ଆଇକନ ବେଲା ହଦୀଦଙ୍କ ସହିତ ବିଶେଷ ରୂପରେ କାମ କରିବା ସମ୍ମାନର ବିଷୟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More