Only for Entertainment

କ୍ୟାପସିକମର ଉପକାରୀତା ।

naturespride.nl
0 48

ସାଧାରଣତଃ ଆମେ କ୍ୟାପ୍ସିକମ୍କୁ ତରକାରୀ କିମ୍ୱା ସାଲାଡ୍ରେ ବ୍ୟବହାର କରୁ। ବିଶେଷ କରି ଚିଲି ଆଇଟମ୍- ଚିଲି ଚିକେନ୍, ଚିଲି ପନିର୍ ଆଦି ପ୍ରସ୍ତୁତ କରିବା ସମୟରେ ଏହାର ଖୁବ ଆବଶ୍ୟକତା ରହିଥାଏ । କାରଣ ଏହା ଖାଦ୍ୟର ସ୍ୱାଦକୁ ବଢାଇଥାଏ । ।ଲାଲ୍, ସବୁଜ ଓ ହଳଦିଆ ରଙ୍ଗର କ୍ୟାପସିକମ୍ ବଜାରରେ ଉପଲବ୍ଧ । କ୍ୟାପ୍ସିକମ୍ କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ ଉପକାରୀ ମଧ୍ୟ। ଆସନ୍ତୁ ଜାଣିବା କ୍ୟାପ୍ସିକମ୍ର ଉପକାରିତା ବିଷୟରେ ।

– ଯେଉଁମାନେ ଦୈନନ୍ଦିନ ଖାଦ୍ୟରେ କ୍ୟାପସିକମ୍କୁ ସାମିଲ କରନ୍ତି ସେମାନଙ୍କର ଅଣ୍ଟା ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ। ଏଥିରେ ଥିବା ଏକ ରାସାୟନିକ ଦ୍ରବ୍ୟ ଯନ୍ତ୍ରଣାକୁ ଲାଘବ କରିଥାଏ।

– କ୍ୟାପସିକମ୍ ଓଜନ ହ୍ରାସ ମଧ୍ୟ କରିଥାଏ। ଏଥିରେ କ୍ୟାଲେରୀ ନଥାଏ କହିଲେ ଚଳେ।

– ବିଶେଷଜ୍ଞଙ୍କ ମତରେ ପ୍ରତିଦିନ କ୍ୟାପସିକମ୍ ଖାଇବା ଦ୍ୱାରା ମାରାମତ୍କ କ୍ୟାନସର ହେବାର ଭୟ କମିଥାଏ।

– କ୍ୟାପସିକମ୍ରେ ପ୍ରଚୁର ମାତ୍ରା ଭିଟାମିନ୍ ସି ଥିବାରୁ ବିଭିନ୍ନ ରୋଗରୁ ଆମକୁ ରକ୍ଷା କରିଥାଏ।

– କ୍ୟାପସିକମ୍ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍ ସ୍ତର ନିୟନ୍ତ୍ରଣ ରହେ।

– ଲାଲ୍ ରଙ୍ଗର କ୍ୟାପସିକମ୍ ଖାଇବା ଦ୍ୱାରା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ମିଳିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More