Only for Entertainment

ଫୁଟପାଥରେ କାର ଚଢାଇଦେଲା ମଦୁଆ, ଗାଡ଼ି ତଳେ ଚାପି ହୋଇଗଲେ…

punjabkesari
27

ସୋସିଆଲ ମିଡିଆରେ ଏବେ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ମଦୁଆ ଡ୍ରାଇଭର ଏକାଧିକ ଲୋକଙ୍କ ଉପରେ ଗାଡ଼ି ଚଢାଇ ଦେଇଛି ।ରବିବାର ଦିନ ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇବାରୁ ଗୋଟାଏ କାର୍‌ ଏଚ୍‌ଏସ୍‌ଆର୍‌ ଲେଆଉଟ୍‌ ଅଞ୍ଚଳର ଫୁଟ୍‌ପାଥ୍‌ ଉପରକୁ ମାଡ଼ିଯିବାରୁ ସାତ ଜଣ ଲୋକ ଆହତ ହୋଇଛନ୍ତି।ସିସିଟିଭି କ୍ୟାମେରା ଫୁଟେଜ୍‌ରେ ଉତ୍ତୋଳିତ ଦୃଶ୍ୟରେ ଦେଖାଯାଉଛି ଦ୍ରୁତ ବେଗରେ କାର୍‌ଟି ପଥଚାରୀଙ୍କ ଉପରେ ମାଡ଼ି ଯାଉଛି। ପରେ ପରେ ପ୍ରତ୍ୟକ୍ଷଦର୍ଶୀମାନେ ଆହତମାନଙ୍କୁ ସାହାଯ୍ୟ କରିବାକୁ କାର୍‌ ଆଡ଼କୁ ଧାଇଁ ଯାଉଛନ୍ତି।

 

ସ୍ଥାନୀୟ ଗଣମାଧ୍ୟମ ଖବର ଅନୁସାରେ, ଅପରାହ୍ଣ ୩ଟା ବେଳେ ଗୋଟାଏ ରାସ୍ତାକଡ଼ ଖାଇବା ଦୋକାନ ସମ୍ମୁଖରେ ଘଟିଛି ଏବଂ ଆହତ ସାତ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଛି।

ଗାଡ଼ିର ଚାଳକ ହେଉଛନ୍ତି ଗୋଟାଏ ଟ୍ରଭେଲ୍‌ ଏଜେନ୍‌ସିଜ୍‌ରେ କାମ କରୁଥିବା ରାଜେନ୍ଦ୍ର। ସେ ନିଶାଗ୍ରସ୍ତ ଥିଲେ ବୋଲି କୁହାଯାଉଛି। ନିୟନ୍ତ୍ରଣ ହରାଇବାରୁ ସେ ଖାଇବା ଦୋକାନ ବାହାରେ ଥିବା ଲୋକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବୋଲି ପୁଲିସ କହିଛି। ତାଙ୍କୁ ପୁଲିସ ହାଜତକୁ ନେଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More