Only for Entertainment

ଐଶର୍ଯ୍ୟାଙ୍କ ଠାରୁ ପ୍ରତିଶୋଧ ପାଇଁ ସଲମାନ ଆଣିଥିଲେ ଏହି କାର୍ବନ କପିଙ୍କୁ । ଏହି ରୋଗ ଯୋଗୁଁ ହୋଇଗଲେ ଫିଲ୍ମ ଠାରୁ ଦୂର ।

Youngisthan. In
0 61

ଐଶଙ୍କ ସହିତ ବ୍ରେକ ଅପ ପରେ ସଲମାନ ଜଣେ ନୂଆ ଆକ୍ଟ୍ରେସଙ୍କୁ ଲଂଚ କରିଥିଲେ । ନାୟକା ଜଣଙ୍କ ଐଶଙ୍କ ଭଳି ଦେଖାଯାଆନ୍ତି । ଦର୍ଶକ ତାଙ୍କୁ ପରଦାରେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ । ଆମେ ଆଲୋଚନା କରୁଛୁ ସ୍ନେହା ଉଲାଲଙ୍କ ବିଷୟରେ । ଫିଲ୍ମ ଲକିରେ ସ୍ନେହା ଡେବ୍ୟୁ କରିଥିଲେ । ଅବଶ୍ୟ ଏହି ଫିଲ୍ମ ବକ୍ସ ଅଫିସରେ ଖାସ କମାଲ ଦେଖାଇ ପାରିନଥିଲା । କିନ୍ତୁ ଐଶଙ୍କ ଭଳି ଦେଖାଯାଉଥିବାରୁ ସେ ଖୁବ ଚର୍ଚ୍ଚାରେ ରହିଲେ । ସ୍ନେହା ୨୦୧୪ରେ ଏକ ତାମିଲ ଫିଲ୍ମରେ ନଜର ଆସିଥିଲେ ଏବଂ ଏହା ପରଠାରୁ ସେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ ।

ସେ ଫିଲ୍ମରୁ ଦୂରେଇ ଯିବାର କାରଣ ତାଙ୍କର ଏକ ଗମ୍ଭୀର ରୋଗ ବୋଲି କୁହାଯାଉଛି । ଏହି କଥା ନିଜେ ସ୍ନେହା ଏକ ଇଂଟରଭ୍ୟୁରେ କହିଥିଲେ । ସେ ଅଟୋ ଇମ୍ୟୁନ ଡିସଅର୍ଡ଼ରରେ ପିଡ଼ିତ । ବ୍ଲଡରେ ଜଡ଼ିତ ଏହି ରୋଗରେ ଇମ୍ୟୁନ ସିଷ୍ଟମ କମଜୋର ହୋଇଯାଏ । ଏହି ରୋଗ ଯୋଗୁଁ ସେ ୩୦ରୁ ୪୦ ମିନିଟ ପର୍ଯ୍ୟନ୍ତ ଛିଡ଼ା ହୋଇପାରୁନଥିଲେ । ଏହି ସମୟରେ ସୁଟିଂ କରିବା ଅସମ୍ଭବ ଥାଇ ମଧ୍ୟ ସେ ସୁଟିଂ କରୁଥିଲେ,ତେଣୁ ସେ ଅଧିକ ଅସୁସ୍ଥ ହୋଇପଡ଼ିଲେ । ତେବେ ଶାରୀରିକ ସ୍ତରରେ ଦୁର୍ବଳ ହୋଇ ପଡ଼ିଥିଲେ ମଧ୍ୟ ମାନସିକ ସ୍ତରରେ ସେ ସାହସୀ ଓ ଦୃଢ ବିଶ୍ୱାସୀ ଥିଲେ । ତେଣୁ ସେ ନିଜର ଯତ୍ନ ନେଉଛନ୍ତି । ସେ ଏହା ମଧ୍ୟ କହିଥିଲେଯେ ଯଦି ଥରେ ମାତ୍ର ଫିଲ୍ମ ଦୁନିଆରେ ଆପଣ ଜଡ଼ିତ ହେଉଛନ୍ତି ତେବେ ସୁନ୍ଦର ଦେଖାଯିବାର ଚାପ ରହିଥାଏ । କିନ୍ତୁ ରୋଗ କାରଣରୁ ତାଙ୍କ ଚେହେରାର ଚମକ କମି ଯାଉଥିଲା,ତେଣୁ ସେ ଇଭେଂଟରେ ମଧ୍ୟ ଯୋଗ ଦେବା ବନ୍ଦ କରିଦେଲେ ।

 

ଏହି ରୋଗରୁ ବାହାରିବା ପରେ ସ୍ନେହା ରୋମାଂଟିକ ମ୍ୟୁଜିକ ଭିଡ଼ିଓ ‘ଇସ୍କ ବାଲି ବାରିଶ’ରେ କାମ କରିଥିଲେ । ତେବେ ଫ୍ୟାନ୍ସ ମଧ୍ୟ ପଚାରୁଛନ୍ତିଯେ ସ୍ନେହା କେଉଁଠାରେ ହଜି ଯାଇଛନ୍ତି । ତେବେ ସମସ୍ତଙ୍କ କଥାର ଉତ୍ତରରେ ସେ କହିଥିଲେଯେ ସେ ଖୁବଶୀଘ୍ର ଫିଲ୍ମକୁ ଫେରିବେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More