Only for Entertainment

ଖରାଦିନେ ଘରେ ପ୍ରସ୍ତୁତ କରନ୍ତୁ ଗୁଜୁରାତି ସରବତ ।

42

ଖରାଦିନେ ଖାଇବାକୁ ମନ ଲାଗେନାହିଁ କିମ୍ବା ଖାଇବା ରୁଚିକର ଲାଗେ ନାହିଁ । ଖରାରେ ତଂଟି ଖାଲି ଶୁଖିଯାଏ । ଏଥିରୁ ମୁକ୍ତି ଏବଂ ଶାନ୍ତି ପାଇଁ ଲୋକମାନେ ଭିନ୍ନ ଭିନ୍ନ ପାନୀୟ ପିଇବାକୁ ପସନ୍ଦ କରନ୍ତି । କାରଣ ଏହା ଶରୀରକୁ ଆରାମ ଦେବା ସହ ତୃଷ୍ଣା ମଧ୍ୟ ମେଂଟାଇ ଥାଏ । ତେବେ ଆସନ୍ତୁ ଜାଣିବା ଏକ ନୂଆ ସରବତ ପ୍ରସ୍ତୁତି ପ୍ରଣାଳୀ ।

ଗୁଜୁରାତି ସରବତ
ଗୁଜୁରାତିର ବାସ୍ନା ସମସ୍ତଙ୍କୁ ଭଲ ଲାଗିଥାଏ। ତେବେ ଏହାକୁ ସରବତରେ ମଧ୍ୟ ବ୍ୟବହାର କରି ଆତ୍ମତୃପ୍ତି କରିପାରିବେ।

ଆବଶ୍ୟକୀୟ ସାମଗ୍ରୀ
୩-୪ କପ୍‌ ଥଣ୍ଡା ପାଣି

ଅଧ ଚାମଚ ଗୁଜୁରାତି ଗୁଣ୍ଡ

୨ ଚାମଚ ଲେମ୍ବୁ ରସ

୪-୫ ଚାମଚ ଚିନି

ଅଧ ଚାମଚ ଗୋଲ ମରିଚ ଗୁଣ୍ଡ

୮ ଖଣ୍ଡ ବରଫ।

ପ୍ରସ୍ତୁତି ପ୍ରଣାଳୀ
ଗୁଜୁରାତି ସରବତ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଏକ ବଡ଼ ପାତ୍ରରେ ୩-୪ କପ୍‌ ପାଣି ଢାଳନ୍ତୁ। ଏଥିରେ ଚିନି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଚିନି ପାଣିରେ ଲେମ୍ବୁ ରସ, ଗୁଜୁରାତି ଗୁଣ୍ଡ ଏବଂ ଗୋଲମରିଚ ଗୁଣ୍ଡ ପକାଇ ମିଶାନ୍ତୁ। ଏବେ ସରବତ୍‌ରେ ବରଫ ପକାଇ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଥଣ୍ଡା ଥଣ୍ଡା ଗୁଜୁରାତି ସରବତ। ଗ୍ଲାସ୍‌କୁ ଢାଳି ପିଅନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More