Only for Entertainment

ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ ଗାଜର ହଲୱା !

29

ଶୀତଦିନେ ମିଠାରେ ସାଧାରଣତଃ ଗାଜର ହଲୱା ଖାଇବାକୁ ପ୍ରାୟ ପସନ୍ଦ କରନ୍ତି। ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସଭିଏଁ ଏହା ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣ ନିଜ ସମ୍ପର୍କୀୟଙ୍କୁ ଡିନର କିମ୍ବା ଲଞ୍ଚରେ ନିମନ୍ତ୍ରଣ କରିଛନ୍ତି, ତେବେ ସେମାନଙ୍କ ପାଇଁ ଗାଜର ହଲୱା ତିଆରି କରନ୍ତୁ। ଗାଜର ହଲୱା ଦ୍ୱାରା ଓଜନ ମଧ୍ୟ କମ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ..

ଆବଶ୍ୟକୀୟ ସାମଗ୍ରୀ
୨ କପ୍‌ ଗ୍ରେଟେଡ୍‌ ଗାଜର, ୨ କପ୍‌ କ୍ଷୀର, ୪ ଟେବଲସ୍ପୁନ୍‌ ଚିନି, ୧ ଟେବଲସ୍ପୁନ୍‌ କିଶ୍‌ମିଶ୍‌, ୧ ଟେବଲସ୍ପୁନ୍‌ କାଜୁ, ୨ ଚିମୁଟା ଗୁଜୁରାତି ଗୁଣ୍ଡ, ୩ ଟେବଲସ୍ପୁନ୍‌ ଘିଅ ଓ ଆବଶ୍ୟକ ଅନୁସାରେ କେସର।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଗାଜରକୁ ଭଲ ଭାବେ ଧୋଇ ଗ୍ରେଟ୍‌ କରିଦିଅନ୍ତୁ। କଡ଼େଇରେ ଘିଅ ଗରମ କରନ୍ତୁ। ଏଥିରେ କାଜୁ ପକାଇ ଭଲ ଭାବେ ଭାଜି ଅନ୍ୟ ଏକ ପାତ୍ରକୁ ବାହାର କରି ଦିଅନ୍ତୁ। ସେହି ଘିଅରେ କିଶ୍‌ମିଶ୍‌ ପକାଇ ଭାଜନ୍ତୁ। ଏହାକୁ ମଧ୍ୟ କାଜୁ ରଖିଥିବା ପାତ୍ରକୁ ବାହାର କରନ୍ତୁ। ଏବେ ଏହି କଡ଼େଇରେ ଗାଜର ପକାନ୍ତୁ ଓ ୨ରୁ ୩ ମିନିଟ୍‌ ଯାଏ ମଧ୍ୟମ ଆଞ୍ଚରେ ଭାଜନ୍ତୁ। ଗାଜର ନରମ ହେବା ଯାଏ ଏପରି ଭାଜନ୍ତୁ। ଏବେ ଏଥିରେ କ୍ଷୀର ମିଶାଇ ଭଲ ଭାବେ ଫୁଟାନ୍ତୁ। ମଝିରେ ମଝିରେ ଏହାକୁ ଘାଣ୍ଟନ୍ତୁ। ନଚେତ୍‌ ଏହା କଡ଼େଇରେ ଲାଗିଯିବ। କ୍ଷୀର ଫୁଟି ୭୫ ପ୍ରତିଶତ ରହିଗଲେ ଏଥିରେ ଚିନି, ଗୁଜୁରାତି ଗୁଣ୍ଡ ଏବଂ କେସର ମିଶାନ୍ତୁ ଓ ଫୁଟିଲା ଯାଏ ସିଝାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗାଜର ହଲୱା। ଏହାକୁ ରାବିଡି କିମ୍ବା କାଜୁରେ ସଜାଇ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More