Only for Entertainment

ପୁଣିଥରେ ଆଇନ କାନୁନ ମଧ୍ୟରେ ଫସିଲେ ଭାଇଜାନ ।

18

ପୂର୍ବରୁ ଅନେକ ଆଇନଗତ ମାମଲାରେ ସଲମାନ ଫସି ସାରିଥିବା ବେଳେ ଏବେ ପୁଣି ଥରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଛି । ସାର୍ବଜନିକ ସମ୍ପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି । ଦୁଇ ବର୍ଷ ତଳେ ଏହି ଘଟଣାକୁ ନେଇ ଅଭିଯୋଗ କରାଯାଇଥିବା ବେଳେ ପୁଲିସ ଏହି ମାମଲାକୁ ଦବାଇ ରଖିଥିଲା । କିନ୍ତୁ ଏବେ ଅଦାଲତର ହସ୍ତକ୍ଷେପ ପରେ ପୁଲିସ ଏତଲା ରୁଜୁ କରିଥିବା ଜଣା ପଡ଼ିଛି ।

 

ସୂଚନା ମୁତାବକ, ଡିସେମ୍ବର ୪, ୨୦୧୭ରେ ମିଣ୍ଟୋ ବ୍ରିଜ୍‌ ଉପରେ ବେଆଇନ ଭାବେ ହୋଡିଂ ଲଗାଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଏକ ଏନ୍‌ଜିଓ ତରଫରୁ କରାଯାଇଥିଲେ ମଧ୍ୟ ପୁଲିସ ମାମଲାକୁ ଦବାଇ ରଖିଥିଲା । ପରେ ଏନ୍‌ଜିଓର ନିର୍ଦ୍ଦେଶକ ଅଦାଲତର ବିଚାରପତିଙ୍କୁ ସଂପର୍କ କରି ପୂରା ଘଟଣା ଜଣାଇବା ପରେ ବିଚାରପତି ପୁଲିସକୁ ଏତଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଦେଶ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More