Only for Entertainment

ଅଭିନୟ ପ୍ରତି ରୁଚି ରଖୁଥିବା ପ୍ରତିଭାଙ୍କ ପାଇଁ ଖୁସି ଖବର, ନୂଆ ମାଧ୍ୟମ ସାହାଯ୍ୟରେ ନବାଗତଙ୍କୁ ଦିଆଯିବ ତାଲିମ !

85

ଫିଲ୍ମ ହେଉ କିମ୍ବା ସିରିଅଲ ହେଉ । ଅନେକ କଳାକାର ଆଶା ବାନ୍ଧି ଆସିଥାଆନ୍ତି ଅଭିନୟ କରିବା ପାଇଁ । ଆଗରୁ ଏସବୁ ପାଇଁ ବହୁ କଷ୍ଟରେ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ପାଖରେ ନିଜ କଳା ନେଇ ପହଂଚି ପାରୁଥିଲା କଳାକାର । ମାତ୍ର ଏବେ ଏଥିପାଇଁ ଆଉ ପରିଶ୍ରମ କରିବାକୁ ପଡୁନାହିଁ ।  ଏହାର ବାଟ ଅତି ସହଜ ହୋଇଗଲାଣି । କଳାକାର ସିଧାସଳଖ ନିଜ କଳାର ପରିଚୟ ଦେଖାଇବା ପାଇଁ ଅନେକ ହିନ୍ଦୀ ଚ୍ୟାନେଲରେ ଚାଲିଥିଲା ନୂଆ ପ୍ରୟାସ । ତେବେ ଏହି ପ୍ରୟାସ ଧୀରେ ଧୀରେ ଓଡିଆ ଇଣ୍ଡଷ୍ଟ୍ରିରେ ମଧ୍ୟ ବୃଦ୍ଧି ହେବାକୁ ଲାଗିଲାଣି ।

ଅଭିନୟ ପ୍ରତି ରୁଚି ରଖୁଥିବା ପ୍ରତିଭାଙ୍କ ପାଇଁ ଖୁସି ଖବର । ଯେଉଁମାନଙ୍କ ପାଖରେ ରହିଛି ସିନେମାରେ ଅଭିନୟ କରିବାର ଇଚ୍ଛାଓ ଅଭିଳାଷ, ସେମାନଙ୍କ ପାଇଁ ଏକ ନୂଆ ମାଧ୍ୟମ ସାଜିଛି ୱେ ଟୁ ଷ୍ଟାର୍ । ଏହା ଏକ କାଷ୍ଟିଂ ଏଜେନ୍ସି, ଯେଉଁଠି ନୂଆ କଳାକାରଙ୍କୁ ମିଳିବ ଉପଯୁକ୍ତ ତାଲିମ । ଏହି ସଂସ୍ଥା ସାହାଯ୍ୟରେ ସିନେମାରେ ଅଭିନୟ କରିବାର ସୁଯୋଗ ମିଳିବ । ଏହାସହ ଉପଯୁକ୍ତ ପ୍ରତିଭାଙ୍କୁ ଅଭିନୟ, ନୃତ୍ୟ ଆଦିର ତାଲିମ୍ ମଧ୍ୟ ଦିଆଯିବ ୱେ ଟୁ ଷ୍ଟାର୍ ରେ । ନିକଟରେ ୱେ ଟୁ ଷ୍ଟାର୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନ୍ନୀର ଆୟୋଜନ କରାଯାଇଥିଲା । ଯେଉଁଠି ସାମିଲ୍ ହୋଇଥିିଲେ ସୁନାମଧନ୍ୟ ପ୍ରଯୋଜକ ଅକ୍ଷୟ ପରିଜା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More