Only for Entertainment

ବାଜିରାଓ ମସ୍ତାନୀ ଙ୍କ ଵିଵାହ ରିସେପସନରେ ଏହି ଅଭିନେତାଙ୍କ ସହ ଯୋଗଦେବେ କ୍ୟାଟ !

vogue
50

ଡିିସେମ୍ବର ୧ରେ ଦୀପ୍‌-ବୀର ମୁମ୍ବାଇରେ ସେମାନଙ୍କ ବଲିଉଡ଼୍‍ ଇଣ୍ଡଷ୍ଟ୍ରିର ବନ୍ଧୁମାନଙ୍କ ପାଇଁ ବିବାହ ଭୋଜିର ଆୟୋଜନ କରିଛନ୍ତି । ଏହି ପାର୍ଟିରେ ବଲିଉଡ୍‌ର ବହୁ ନାମୀ-ଦାମୀ କଳାକାର ନଜର ଆସିବେ ବୋଲି ଜଣା ପଡ଼ିଛି । ଏହି ପାର୍ଟିରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ମଧ୍ୟ ଯୋଗ ଦେବେ ବୋଲି ସୂଚନା ମିଳିଛି । ପୂର୍ବରୁ କ୍ୟାଟ୍ରିନାଙ୍କ ଆସିବା ନେଇ ପ୍ରଶ୍ନ ଉଠିଥିବା ବେଳେ ଏବେ ସେ ଯୋଗ ଦେବେ ବୋଲି ଖବର ସାମ୍ନାକୁ ଆସିଛି । ତେବେ ଏହି ପାର୍ଟିରେ ସେ କାହା ସହ ଯୋଗ ଦେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

୪ଦିନ ପୂର୍ବରୁ କ୍ୟାଟ୍ରିନାଙ୍କୁ ପାର୍ଟିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା। ତେବେ, ଦୀପିକା ନୁହନ୍ତି ବରଂ ରଣବୀର କ୍ୟାଟ୍ରିନାଙ୍କୁ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣ ମିଳିବା ପରେ ସେ ସଲମାନଙ୍କୁ ନିଜ ସହ ଯିବା ପାଇଁ ପଚାରିଥିଲେ । ଯଦି ସବୁ କିଛି ଠିକ୍‌ ରୁହେ ତେବେ କ୍ୟାଟ୍ରିନା ସଲମାନ ଏବଂ ଅଲ୍ଲୀ ଅବାସ ଜଫରଙ୍କ ସହ ଦୀପ୍‌-ବୀରଙ୍କ ବିବାହ ଭୋଜିକୁ ଯିବେ ବୋଲି ଚର୍ଚ୍ଚା ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More