ଅନୁଷ୍ଠିତ ହୋଇ ଯାଇଛି ଜିଓ ମାମି ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ୍ ।
ମୁମ୍ବାଇରେ ଅନୁଷ୍ଠିତ ହୋଇ ଯାଇଛି ମାମି ଫିଲ୍ମ ଫେଷ୍ଟିଭାଲ୍ । ଭିନ୍ନ ଭିନ୍ନ ଭାଷାରେ ବଛା ବଛା ସିନେମାର ସ୍କ୍ରିନିଂ ଏହି ଫେଷ୍ଟିଭାଲରେ କରାଯାଇଥାଏ । ଆଉ ଏହି ଫିଲ୍ମ ଫେଷ୍ଟିଭାଲରେ ପହଁଚି କିଛି ସିନେମାର ସ୍କ୍ରିନିଂରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ସୋନମ୍ କପୁର୍ , କିରଣ ରାଓ ଖାନ୍ ଏବଂ ଅନୁରାଗ କଶ୍ୟପ୍ ।
ଏହି ଅବସରରେ ଭିନ୍ନ ଭିନ୍ନ ଭାଷାରେ ପ୍ରସ୍ତୁତ ହେଉଥିବା ସିନେମାର ଭରପୁର ପ୍ରଶଂସା କରିଛନ୍ତି ଅଭିନେତ୍ରୀ ସୋନମ କପୁର୍ ।