Only for Entertainment

ଏଲିଙ୍କ ଆଇସ୍ ସ୍କେଟିଂ ଦୃଶ୍ୟ, ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ !

allstarbio
0 62

କ୍ରିକେଟର୍ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସହ ସମ୍ପର୍କ ଥିବା ନେଇ ହେଡଲାଇନ୍ସରେ ରହୁଥିବା ବିଦେଶୀ ସୁନ୍ଦରୀ ଏଲି ଆବ୍ରାମ୍ ଆଜିକାଲି ଆଉ ଏକ କାରଣ ପାଇଁ ରହିଛନ୍ତି ଚର୍ଚ୍ଚାରେ । ବଲିଉଡର ଏହି ସୁନ୍ଦରୀ ନିକଟରେ ନିଜର ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ଏଲିଙ୍କୁ ଆଇସ୍ ସ୍କେଟିଂ କରିବାର ଦେଖିବାକୁ ମିଳିଥିଲା । ଏଲିଙ୍କ ଏହି ଟ୍ୟାଲେଂଟ୍ ଦେଖି ତାଙ୍କ ଫ୍ୟାନମାନେ କରିଛନ୍ତି ଢେର୍ ତାରିଫ ।

ଦେଖନ୍ତୁ ଏହି ଦୃଶ୍ୟ । ଯେଉଁଠି ବଲିଉଡ୍ ସୁନ୍ଦରୀ ଏଲି ଆବ୍ରାମ୍ଙ୍କୁ ଆଇସ୍ ସ୍କେଟିଂ କରିବାର ଦେଖିବାକୁ ମିଳିଛି । ଆକ୍ଟିଂ, ଡ୍ୟାନ୍ସିଂ ଛଡା ତାଙ୍କର ଏଭଳି କିଛି ଟ୍ୟାଲେଂଟ୍ ରହିଥିବା ଏଲି ନିଜର ଏହି ଭିଡିଓ ଜରିଆରେ ଜଣାଇଛନ୍ତି । ଜଣେ ପ୍ରଫେସନାଲଙ୍କ ଭଳି ଏହି ଭିଡିଓ ସ୍କେଟିଂ କରିବାରେ ନଜର ଆସିଛନ୍ତି ଏଲି । ଏଲିଙ୍କ ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ହୋଇଛି ବେଶ ଭାଇରାଲ୍ । ଏଲିଙ୍କ ପ୍ରଶଂସକମାନେ ବି ତାଙ୍କ ଏଭଳି ଟ୍ୟାଲେଂଟ ଦେଖି ହୋଇଛନ୍ତି ତାଜୁବ । ଏହାପୂର୍ବରୁ ଏଲି ନିଜ ସୋସିଆଲ ମିଡିଆରେ ନିଜର କିଛି ଡ୍ୟାନ୍ସ କରିବାର ଭିଡିଓ ବି ସେୟାର କରିଥିଲେ । ଏହି ସ୍ୱିଡେନ ସୁନ୍ଦରୀ ବିଗ୍ ବସ ସେଭେନ ଜରିଆରେ ପ୍ରଥମେ ଆସିଥିଲେ ଲୋକ ଲୋଚନକୁ ।

ଏହାପରେ ବଲିଉଡରେ ତାଙ୍କୁ ଅନେକ ସିନେମାରେ ବି ଦେଖିବାକୁ ମିଳିଛି । ଜୟ ହୋ, ମିକି ଭାଇରସ୍, କିସ୍ କିସ୍ କୋ ପ୍ୟାର କରୁଁ ଭଳି ସିନେମାରେ ଏଲିଙ୍କ ଅଭିନୟର ଝଲକ ଦେଖିବାକୁ ମିଳିଛି । ତେବେ ନିଜ ଆକ୍ଟିଂ ଅପେକ୍ଷା ଡ୍ୟାନ୍ସିଂ ପାଇଁ ଏହି ସୁନ୍ଦରୀ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଅନେକ ମ୍ୟୁଜିକ ଭିଡିଓ ଆଲବମରେ ବି ଏଲିଙ୍କ ଜଲୱା ଦେଖିବାକୁ ମିଳିଛି । ଆଉ ଏବେ ଏଲିଙ୍କ ଏହି ସ୍କେଟିଂ କରିବାର ଭିଡିଓ ତାଙ୍କ ନିଆରା କୌଶଳର ଆଉ ଏକ ଉଦାହରଣ ଭେଟି ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More