Only for Entertainment

ଜାଣନ୍ତୁ ୨୦୧୮ରେ ବଲିଉଡ୍ ହରାଇଛି ଅନେକ ପ୍ରତିଭାବାନ କଳାକାର !

20

ବର୍ଷ୨୦୧୮, ବଲିଉଡ୍ ହରାଇଛି ଅନେକ ପ୍ରତିଭାବାନ କଳାକାରଙ୍କୁ । ଏହି ତାଲିକାରେ ଅଛନ୍ତି ବଲିଉଡ୍ ଭର୍ସାଟାଇଲ୍ ଅଭିନେତ୍ରୀ ଶ୍ରୀଦେବୀ । ୨୪ ଫେବୃୟାରୀ, ୨୦୧୮, ଶ୍ରୀଦେବୀଙ୍କ ମୃତ୍ୟୁ ଖବର ସଭିଁଙ୍କୁ ଚକିତ କରିଥିଲା । ବାଥ୍ ଟବରେ ବୁଡି ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ଶ୍ରୀଦେବୀଙ୍କ ନିଧନରେ ବଲିଉଡ୍ ହରାଇଲା ଇଣ୍ଡଷ୍ଟ୍ରୀର ପ୍ରଥମ ଫିମେଲ୍ ସୁପରଷ୍ଟାର୍ । ୩୦୦ରୁ ଉଦ୍ଧ୍ୱର୍ ସିନେମା ଭେଟିଦେଇଛନ୍ତି ଏହି ଚାନ୍ଦିନୀ ।

ଅଭିନେତ୍ରୀ ରିତା ଭାତୁଡି ୧୭ ଜୁଲାଇ, ୨୦୧୮ରେ ଅହଧାମ ତ୍ୟାଗ କରିଥିଲେ । ହିରୋ ନମ୍ବର୍ -୧, କଭି ହାଁ କଭି ନାଁ, ବେଟା ଭଳି ଏକାଧିକ ସିନେମା ଭେଟିଦେଇଥିବା ଏହି ନାୟିକା ୫ ଦଶନ୍ଧୀ ଧରି ବଲିଉଡରେ ନିଜ ଅଭିନୟ ଦେଖାଇଛନ୍ତି ।

କିଡନୀ ଜନିତ ରୋଗରେ ପିଡିତ ହୋଇଥିଲେ ରିତା । ଅଭିନେତ୍ରୀ ନରଗିସ୍ ରବଡି ବା ସମ୍ମି ଆଂଟି । ବଲିଉଡ୍ ରେ ୨୦୦ରୁ ବି ଅଧିକ ସିନେମାରେ କରିଛନ୍ତି ଅଭିନୟ । ୬ ମାର୍ଚ୍ଚ, ୨୯୦୧୮ରେ ଏହି ଅଭିନେତ୍ରୀ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସୁଜାଥା କୁମାର୍ ଏବଂ କବି କୁମାର୍ ଆଜାଦଙ୍କ ପରଲୋକ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ କ୍ଷତି ହୋଇ ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More