Only for Entertainment

ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମରେ ୧୪ଟି କଟ କରି ଫିଲ୍ମକୁ କଲା ‘କାଲା’ !

amarujala
0 52

ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଫିଲ୍ମ ‘କାଲା’ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି । ଏହି ଫିଲ୍ମରେ ତାଙ୍କ ଅଭିନୟକୁ ନେଇ ସେ ଚର୍ଚ୍ଚିତ ଅଛନ୍ତି । ରଜନୀକାନ୍ତଙ୍କ ପ୍ରଶଂସକ ‘କାଲା’କୁ ଖୁବ ଉତ୍ସାହିତ । ଏହାମଧ୍ୟରେ ଖବର ଆସିଛି ଯେ ସେନସର ଏହି ଫିଲ୍ମରେ ୧୪ଟି କଟ କରିଛନ୍ତି ।

kaala_1496121383

ମିଡିଆରେ ଚାଲିଥିବା ଖବର ମୁତାବକ ସେନସର ବୋର୍ଡ ଫିଲ୍ମର କିଛି ସିନ୍ ଏବଂ ଡାଏଲଗ ଆପତ୍ତିଜନକ ଥିବା ହେତୁ ବୋର୍ଡ ଫିଲ୍ମରେ ୧୪ଟି ଲଗାଇଛନ୍ତି ଏବଂ ୟୁ/ଏ ସାର୍ଟିଫିକେଟ ଜାରି କରିଛନ୍ତି । ଏହି ବିଷୟରେ ଫିଲ୍ମ କ୍ରିଟିକ ଶ୍ରୀଧର ପିଲାଇ ଟ୍ୱିଟ କରି ଜଣାଇଛନ୍ତି ।

kaala-karikalan_1519455538

ବିଶେଷ ସୂତ୍ରରୁ ପ୍ରକାଶ ଯେ ଫିଲ୍ମ‘କାଲା’ରେ ଆପତ୍ତିଜନକ କଂଟେଟ ଥିବାରୁ ରିଲିଜ ତାରିଖ ଘୁଂଚାଇ ଦିଆଯାଇଛି, ମାତ୍ର ପିଲାଇ ଟ୍ୱିଟ କରି ଏହି ସମ୍ପର୍କରେ ସଠିକ ମତ ଦେଇଛନ୍ତି । ଏହି ଫିଲ୍ମରେ ରଜନୀକାନ୍ତ ଏକ ଡନ ଭୂମିକାରେ ନଜର ଆସିବେ ।

ଏହି ନିର୍ମାତା ହେଉଛନ୍ତି ରଜନୀକାନ୍ତଙ୍କ ଜ୍ୱାଈଁ । ଫିଲ୍ମ ଅପ୍ରେଲ ୨୭ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More