Only for Entertainment

ଛୋଟ ପରଦାର ଏହି ନାୟିକାଙ୍କ ନିଜ ସ୍ୱାମୀଙ୍କୁ ନେଇ ବଡ ବୟାନ: ଶରୀର ଅସୁସ୍ଥ ଥାଇ ମଧ୍ୟ ବାଧ୍ୟରେ ରଖିବାକୁ ପଡ଼ୁଥିଲା ଶାରୀରିକ ସମ୍ପର୍କ !

indiatoday
1,121

ଟେଲିଭିଜନ ଦୁନିଆର ସୁପରହିଟ୍‌ ଧାରାବାହିକ ‘ବଡ଼େ ଅଚ୍ଛେ ଲଗ୍‌ତେ ହେଁ’ରେ ଅଭିନୟ କରି ସାରିଥିବା ଚାହତ୍‌ ଖାନ୍ନା ସ୍ୱାମୀ ଫର୍‌ହାନ୍‌ ମିର୍ଜାଙ୍କ ଉପରେ ଶାରୀରିକ ଏବଂ ମାନସିକ ପ୍ରତାରଣାର ଆରୋପ ଲଗାଇଛନ୍ତି । ଏକ ମାସ ପୂର୍ବରୁ ସେ ଫର୍‌ହାନ୍‌ଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଆବେଦନ କରି ସାରିଥିବା ବେଳେ ଏବେ ସେ ପୂରା ଘଟଣା ସ୍ପଷ୍ଟ ଭାବରେ ଜଣାଇଛନ୍ତି ।

୨୦୧୩ରେ ବିବାହ ବନ୍ଧନରେ ବାନ୍ଧି ହେବା ପରେ କିଛି ଦିନ ସବୁ କିଛି ଠିକ୍‌ ଚାଲିଥିଲା । କିନ୍ତୁ ପରେ ମୁଁ ଶରୀରିକ,ମାନସିକ ଏବଂ ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିଛି । ମୁଁ ଟେଲିଭିଜନ ସୋ’ରେ କାମ କରୁଥିବା ସମୟରେ ସହ-କଳାକାରଙ୍କ ସହ ସଂପର୍କ ଥିବା ସନ୍ଦେହ କରି ସେ ମୋତେ ମାଡ଼ ମାରୁଥିଲେ ।

‘କୁବୁଲ୍‌ ହୈ’ର ସୁଟିଂ ସେଟ୍‌କୁ ସେ ହଠାତ୍‌ ଆସି ମୋତେ ମୋର ଜଣେ ସହ-କଳାକାରଙ୍କ ସହ କଥା ହେଉଥିବାର ଦେଖି ରାଗିଯିବା ସହ ଘରକୁ ଯିବା ପରେ ମୋତେ ମାଡ଼ ମାରିଥିଲେ । ବେଳେ ବେଳେ ମୋ ଇଚ୍ଛା ବିରୋଧରେ ମୋ ସହ ଶରୀରିକ ସଂପର୍କ ମଧ୍ୟ ରଖୁଥିଲେ ଫର୍‌ହାନ । ଦେହ ଖରାପ ଜାଣି ମୋର ଯତ୍ନ ନେବା ପରିବର୍ତ୍ତେ ସେ ମୋ ସହ ଶାରୀରିକ ସଂପର୍କ ସ୍ଥାପନ କରୁଥିଲେ। ଆତ୍ମହତ୍ୟା କରିବାର ଧମକ ଦେଇ ମୋତେ ମୋ ମାତା-ପିତାଙ୍କ ସହ ଦେଖା କରିବାକୁ ଦେଉ ନଥିଲେ । ଦୁଇ ଝିଅଙ୍କ ପାଇଁ ମୁଁ ଚୁପ୍‌ ରହୁଥିଲି । କିନ୍ତୁ ଶେଷରେ ମୁଁ ଅଲଗା ହେବା ପାଇଁ ନିଷ୍ପତ୍ତିି ନେଇଛି ବୋଲି ଚାହତ୍‌ ଏକ ସାକ୍ଷାତକାରେ ଜଣାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More