Only for Entertainment

ଏହି ସ୍ୱଭାବର ବ୍ୟକ୍ତିଙ୍କୁ ଘରେ ଦିଅନ୍ତୁ ନାହିଁ ଆଶ୍ରୟ !

autisable
0 74

ପ୍ରଥମତଃ ଅଜଣା, ଅଚିହ୍ନା ବ୍ୟକ୍ତିଙ୍କୁ ନିଜ ଘରେ ଆଶ୍ରୟ ଦେବା ଏକ ବିରାଟ ଭୁଲ୍ ହୋଇଥାଏ। ଯଦି କୌଣସି ଅଚିହ୍ନା ହେଲେ ବି ସେ ଅସହାୟ ବୋଲି ଆପଣଙ୍କୁ ଅନୁଭବ ହୁଏ ତେବେ ସଂପୂର୍ଣ୍ଣ ସତର୍କତାର ସହ ତାଙ୍କୁ ସାହାଯ୍ୟ କରନ୍ତୁ। କିଏ କେତେବେଳେ କେଉଁ ପରିସ୍ଥିତିରେ ଆପଣଙ୍କୁ ଅସୁବିଧାରେ ପକାଇବେ ତାହା ଆପଣ ନିଜେ ବି ଜାଣିପାରିବେ ନାହିଁ। ତେବେ, ଚାଣକ୍ୟଙ୍କ ନୀତି ଅନୁସାରେ ଅନ୍ୟ କେଉଁମାନଙ୍କୁ ଘରେ ପଶାଇବେ ନାହିଁ ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।
ନକଲି ସ୍ୱଭାବର ବ୍ୟକ୍ତିଙ୍କୁ ଆଦୌ ଘରେ ପଶାନ୍ତୁ ନାହିଁ। ସେମାନେ ସେମାନଙ୍କର ନକଲି କଥାରେ ବିମୋହିତ କରି ଆପଣଙ୍କ ଘର କଳିର କାରଣ ହୋଇପାରନ୍ତି।

ନକାରାତ୍ମକ ସ୍ୱଭାବର ବ୍ୟକ୍ତିଙ୍କୁ ଘରକୁ ଆସିବାକୁ ଦିଅନ୍ତୁ ନାହିଁ। ସେମାନେ ଘରକୁ ଆସିବା ସହ ଧୀରେ ଧୀରେ ପରାମର୍ଶ ଦେବା ଆରମ୍ଭ କରିବେ। ସେମାନଙ୍କ ନକାରାତ୍କମ ପରାମର୍ଶ ଆପଣଙ୍କ ଭବିଷ୍ୟତ ଖରାପ କରିପାରେ।
ସର୍ବସାଧାରଣରେ ଯେଉଁମାନଙ୍କର ଅପମାନିତ କରିବାର ପ୍ରବୃତ୍ତି ରହିଛି ସେମାନଙ୍କୁ ବି ପ୍ରଶ୍ରୟ ଦିଅନ୍ତୁ ନାହିଁ। ସେମାନଙ୍କୁ ଗୋଟାଏ କ୍ଷଣ ବି ଲାଗିବନି ଆପଣଙ୍କ ସମ୍ମାନହାନୀ କରିବାକୁ।

ଆପଣଙ୍କ ସମ୍ମୁଖରେ ଅନ୍ୟକୁ କଷ୍ଟ ଦେଉଥିବା ଲୋକ ଅନ୍ୟ ସମ୍ମୁଖରେ ସମୟ ଆସିଲେ ଆପଣଙ୍କୁ ବି କଷ୍ଟ ଲାଗିବା ପରି କଥା କହିପାରନ୍ତି। ସେଭଳି ଲୋକଙ୍କୁ ବି ନିଜଠାରୁ ଦୂରେଇ ରଖନ୍ତୁ।

ଯେଉ ବ୍ୟକ୍ତି ପାଟି ଖୋଲୁ ଖୋଲୁ ଆପଣଙ୍କ ପ୍ରଶଂସା କରନ୍ତି ସେପରି ବ୍ୟକ୍ତିଙ୍କୁ ବି ଘରେ ପଶାନ୍ତୁ ନାହିଁ। ଏ ଧରଣର ବ୍ୟକ୍ତିଙ୍କ ଚାଟୁକ୍ତିରେ କିଛି ମନ୍ଦ ଉଦ୍ଦେଶ୍ୟ ଲୁଚି ରହିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More